ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼ି ଚାଲିଛି। ପେଟ୍ରୋଲ, ଡିଜେଲ ସାଙ୍ଗକୁ ରନ୍ଧନ ଗ୍ୟାସ ଦର ନିୟନ୍ତ୍ରଣ ବାହାରକୁ ଚାଲି ଗଲାଣି। ଦରବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବ। କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସାଧାରଣ ଲୋକଙ୍କ ଉପରେ ଦର ବୃଦ୍ଧିର ଚାପ ବଢ଼ି ଚାଲିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ଆକାଶଛୁଆଁ ହେଲାଣି। କେନ୍ଦ୍ର ସରକାରଙ୍କ ଏଭଳି ଅର୍ଥନୀତିକୁ ବିରୋଧ କରି ବିଜେଡି ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛି। ଗ୍ରୀଷ୍ମ ପ୍ରବାହ କମିବା ପରେ ବିଜେଡି ଦରବୃଦ୍ଧିକୁ ନେଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛି। କେନ୍ଦ୍ର ସରକାର ଲୋକଙ୍କୁ ଭୁଆଁ ବୁଲେଇବାକୁ ଉଜ୍ଜ୍ୱଳା ଯୋଜନା ନାଁରେ ବେପାର କରୁଛନ୍ତି ବୋଲି କଂଗ୍ରେସ ନେତା ଶରତ ରାଉତ ଅଭିଯୋଗ କରିଛନ୍ତି।