୨ଟି ଆସନରେ ବିଜେଡିର ବାଜିମାତ୍‌

ବରଗଡ଼ ଅଫିସ,୨୭ା୨: ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଶନିବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ତେବେ ଗଣତି ସରିବା ପରେ ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ୨ ଜିଲା ପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥି ବିଜୟୀ ହୋଇଥିବା ଜଣପଡ଼ିଛି। ଏହି ନିର୍ବାଚନମଣ୍ଡଳୀ ଅଧୀନ ବରଗଡ଼ ବ୍ଲକ ଜୋନ୍‌-୧ରେ ବିଜେଡି ପ୍ରାର୍ଥିନୀ ପୁଷ୍ପା ଭୋଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ମୁକ୍ତା ସାହୁଙ୍କୁ ୧୪୯୯ ଭୋଟ୍‌ରେ ହରାଇଛନ୍ତି। ପୁଷ୍ପାଙ୍କୁ ୧୦ ହଜାର ୭୦୦ ଭୋଟ୍‌ ମିଳିଥିବାବେଳେ ମୁକ୍ତାଙ୍କ ସପକ୍ଷରେ ୯୨୦୧ ଭୋଟ୍‌ ପଡ଼ିଛି। ଗତ ୨୦୧୭ରୁ ଏହି ଆସନ ଭାଜପା ଦଖଲରେ ରହିଥିଲା। ସେହିପରି ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ବରପାଲି ବ୍ଲକ ଜୋନ୍‌-୧କୁ ମଧ୍ୟ ବିଜେଡି କବ୍‌ଜା କରି ନେଇଛି। ଏହି ଆସନରେ ବିଜେଡି ପ୍ରାର୍ଥୀ ଗୋବିନ୍ଦ ସାହୁ ନିକଟତମ ପ୍ରାର୍ଥୀ ଭାଜପାର ସଂଗ୍ରାମ କେଶରୀ ବାରିକଙ୍କୁ ୨୧୨୭ ଭୋଟ୍‌ରେ ହରାଇଛନ୍ତି। ଗୋବିନ୍ଦଙ୍କ ସପକ୍ଷରେ ୧୦ ହଜାର ୯୧୦ ଭୋଟ୍‌ ପଡ଼ିଥିବାବେଳେ ସଂଗ୍ରାମଙ୍କୁ ୮୭୮୩ ଖଣ୍ଡ ଭୋଟ୍‌ ମିଳିଛି। ୨୦୧୭ରୁ ଏହି ଆସନ ମଧ୍ୟ ଭାଜପା ଦଖଲରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ରାଇଫଲ ସଂଘର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ

ବଲାଙ୍ଗୀର,୨୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସ୍ପୋର୍ଟ କମ୍ପ୍ଲେକ୍ସଠାରେ ଜିଲା ରାଇଫଲ ସଂଘର ସଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ସୋମବାର ବଲାଙ୍ଗୀର...

ଭୁବନେଶ୍ୱରରେ ଲେଫ୍ଟ ଫ୍ରି’ ନିୟମ ବାଟବଣା

ଭୁବନେଶ୍ୱର,୨୩ା୧୨(ସତ୍ୟଜିତ୍‌ ରାଉତ): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ ଯନ୍ତ୍ରଣା ଅସହ୍ୟ ହେଉଛି। ବିଭିନ୍ନ ସମୟରେ ଅସମ୍ଭାଳ ଭିଡ଼ ଯୋଗୁ ଲୋକେ ରାସ୍ତାରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି...

କାଲି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ ଯୁବକ, ଆଜି ଟ୍ରେନ୍‌ ଲାଇନ୍‌ରୁ ମିଳିଲା ମୃତଦେହ

ପରଜଙ୍ଗ,୨୩ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନୁଗୋଳ-ଡ଼ୁବୁରୀ ନୂତନ ରେଳପଥର ପରଜଙ୍ଗ ରେଳ ଷ୍ଟେଶନଠାରୁ ଅଳ୍ପ ଦୂରରେ ଟ୍ରେନ୍‌ରେ କଟି ରବିବାର ବିଳମ୍ବିତ ରାତିରେ...

୩୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ହୋଇଥିଲା ଡିଲ୍‌: ମାଡ଼ିବସିଲା ବନ ବିଭାଗ

ଟିଟିଲାଗଡ଼,୨୩।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନାଞ୍ଚଳ ଅଧୀନ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରୁ ଏକ ବଜ୍ରକାପ୍ତା ଧରି ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ...

ପାଟଣାଗଡ଼ ପାର୍ସଲ ବୋମା ମାମଲା: ଆଜି ସାକ୍ଷୀ ଦେବେ କି ଅରୁଣ ବୋଥ୍ରା

ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ମାମଲାରେ ସୋମବାର ପାଟଣାଗଡ଼ ଏଡିଜେ କୋର୍ଟରେ ସାକ୍ଷ୍ୟ ଗହଣ କରାଯିବ। ଏହି ଘଟଣାରେ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଏଡିଜି...

ଚାଷୀଙ୍କୁ କ୍ଷତିପୂରଣ ଦାଦି କଲା ବିଜେଡି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୨୩।୧୨(ସନ୍ତୋଷ ପାଢ଼ୀ ): ଅଦିନିଆ ବର୍ଷାର ପ୍ରକୋପରେ ଗଞ୍ଜାମ ଜିଲାର ୨୨ବ୍ଲକର ପାଖାପାଖି ୩,୩୧,୫୦୦ରୁ ଅଧିକ ଧାନ ଚାଷୀ ପରିବାର ସହ ସମସ୍ତ ବର୍ଗର କୃଷକ...

ବ୍ରାଉନସୁଗାର ଧରିବାକୁ ଆସି ଅବକାରୀ ଟିମ୍‌ ହଟହଟା, ଗାଡ଼ି ଚାବି ଛଡ଼ାଇ ନେବା ସହ ମୁଲତାନୀ ମାଟିକୁ କହିଲେ…

ଜଳେଶ୍ୱର,୨୩ା୧୨(ନବୀନ ସାହୁ): ବ୍ରାଉନସୁଗାର ଧରିବାକୁ ଆସି ଜଳେଶ୍ୱର ଅବକାରୀ ଟିମ୍‌କୁ ହଟହଟା ହେବାକୁ ପଡ଼ିଛି। କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ଅଭିଯୋଗ ଅନୁଯାୟୀ,...

ଗର୍ଜିଲେ ତାରା: ୨୫ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ଅସମ୍ଭାଳ ହେବ ସ୍ଥିତି

କୋରାପୁଟ,୨୩ା୧୨: କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ତାରା କହିଛନ୍ତି, ଆସନ୍ତା ୨୫ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri