ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡି ପ୍ରାର୍ଥୀ

ଚିତ୍ରକୋଣ୍ଡା,୧୩।୩(ଡି.ଏନ.ଏ): ମାଲକାନଗିରି ଜିଲା ପରିଷଦ ଅଧକ୍ଷ ଭାବେ ବିଜେଡି ପ୍ରାର୍ଥୀ ସମାରି ତାଙ୍ଗୁଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସମାରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଜୋନ ୨ର ଜିଲା ପରିଷଦ ବିଜେଡି ପ୍ରାର୍ଥୀ ଭାବରେ ବିଜୟ ହୋଇଥିଲେ। ଏଠାରେ ପ୍ରଥମଥର ଜିଲା ପରିଷଦ ଅଧକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରଥମଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ମାଲକାନଗିରି ଜିଲା ପରିଷଦ ଅଧକ୍ଷ ନିମନ୍ତେ ପ୍ରାର୍ଥୀ ଦେଇ ମାଲକାନଗିରି ଜିଲା ବିକାଶ ତଥା ମୁଖ୍ୟତଃ ସ୍ବାଭିମାନ ଅଞ୍ଚଳ ବିକାଶର ଆଉ ଏକ ଫର୍ଦ ଯୋଡି ଦେଇଛନ୍ତି। ସେଥିପାଇଁ ଚିତ୍ରକୋଣ୍ଡା ତଥା ସ୍ବାଭିମାନ ଅଞ୍ଚଳବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସଂଗଠକ ପ୍ରଣବ ପ୍ରକାଶ ଦାସଙ୍କୁ ସମାରି କୃତଜ୍ଞତା ଜଣାଇଛନ୍ତି।