କୋରାପୁଟରେ ଖାତା ଖୋଲିପାରିଲା ନାହିଁ ଭାଜପା

କୋରାପୁଟ,୨୬।୩(ସ୍ବ.ପ୍ର.): କୋରାପୁଟ ଏନଏସିରେ ବିଜେଡି ପୌରାଧ୍ୟକ୍ଷ ଆସନ ହାତେଇଛି। ବିଜେଡିର ଲଲାଟ ରଞ୍ଜନ ସେଠୀ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତିା ଲଳାଟ କଂଗ୍ରେସର ଦେବାନନ୍ଦ ବେହେରାଙ୍କୁ ୬୩୭୯ ଭୋଟରେ ପରାସ୍ତ କରିଛନ୍ତି । ଲଲାଟଙ୍କୁ ୧୨ ହଜାର ୯୩୦ ଭୋଟ ମିଳିଥିବା ବେଳେ, କଂଗ୍ରେସର ଦେବାନନ୍ଦଙ୍କୁ ୬୫୫୧ ଭୋଟ ପାଇଛନ୍ତି। ଭାଜପାର ସଞ୍ଜୀବ କୁମାରଙ୍କୁ ୨୨୮୨ ଭୋଟ, ସ୍ବାଧୀନ ପ୍ରାର୍ଥୀ ଭୁଷିତ ବିକହିକାଙ୍କୁ ୫୫୩ ଭୋଟ ମିଳିଥିବାବେଳେ ନୋଟାରେ ୪୪୧ ଭୋଟ କରିଛନ୍ତି । ସେହିପରି କୋରାପୁଟ ମ୍ୟୁନିସିପାଲଟିର ଥିବା ୨୧ଟି ୱାର୍ଡ ମଧ୍ୟରୁ ବିଜେଡିକୁ ୧୬, କଂଗ୍ରେସକୁ ୨ ଓ ସ୍ବାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ପୌର ନିର୍ବାଚନରେ କୋରାପୁଟ ମ୍ୟୁନିସିପାଲଟିର ଭାଜପା ଖାତା ଖୋଲିପାରିନାହିଁ ।

Share