ସୀମା ସିଲ୍‌ ଉଚ୍ଛେଦ ଦାବି କଲା ଭାଜପା

ବ୍ରହ୍ମପୁର ଅଫିସ,୨୪ା୮: ସାଧାରଣ ଲୋକଙ୍କ ଜୀବନ ଜୀବିକା ରକ୍ଷା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ବିନା କାରଣରେ କଟକଣା ଜାରି କରି ଲୋକଙ୍କୁ ହଇରାଣ କରୁଥିବା ଭାଜପା ଅଭିଯୋଗ କରିଛି। ସୀମା ସିଲ୍‌ ଯୋଗୁ ବହୁତ ଲୋକ, ବ୍ୟବସାୟୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ କେନ୍ଦ୍ର ନିୟମ ଅନୁସାରେ ଜିଲା ପ୍ରଶାସନ ସୀମା ସିଲ୍‌ ଭଳି କଟକଣା ଉଚ୍ଛେଦ କରୁ ବୋଲି ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି ଏକ ପ୍ରେସ୍‌ ବିବୃତ୍ତି ମାଧ୍ୟମରେ ଦାବି କରିଛନ୍ତି।

Share