ଭୁବନେଶ୍ୱର,୨୭।୬(ବ୍ୟୁରୋ): ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବୁଧବାର ଅନୁଷ୍ଠିତ ହେବ। ଚାଷୀ ନୀତି, ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବା, ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ନିର୍ଯାତନା ଭଳି ପ୍ରସଙ୍ଗକୁ ନେଇ ଆଲୋଚନା କରିବ ଭାଜପା। ଏ ନେଇ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଜାତୀୟ ସ୍ତରରେ ବିଫଳ ହେଉଛି, ସେହି ବିଫଳତା ଏକ ଗୁରୁତ୍ୱ ବହନ କରୁଛି ଏବଂ ରାଜ୍ୟର ବିକାଶ ରୋକି ହୋଇ ଯାଉଛି। ଏହାକୁ ଦୃଷ୍ଟି ରେ ରଖି ବୈଠକ ବସିବ ବୋଲି ଜଣାପଡିଛି।