ସିଏଜି ରିପୋର୍ଟ ନେଇ ସରକାରଙ୍କ ଉପରେ ବର୍ଷିଲା ଭାଜପା

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ବିଭାଗ ଅର୍ଥ ହେରଫେର କରିଛନ୍ତି ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି ା ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କରିବାରେ ବିଳମ୍ବ ହୋଇଥିବାରୁ ୨୦୧୬-୧୭ ଏବଂ ୨୦୧୮-୧୯ରେ ୪୫,୩୪୦ କୋଟି ଏବଂ ୨୯,୧୩୮ କୋଟି ଟଙ୍କାର ୟୁସି ବାକି ପଡିଛି ା ସରକାରଙ୍କ ବିଭିନ୍ନ ବିଭାଗର ଅଡିଟ ବେଳେ ସିଏଜି ୯୬୪ କୋଟି ୩୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଚୋରି, ତୋଷାରପାତ, ଅପବ୍ୟବହାର ଭଳି ଗୁରୁତର ଅନିୟମିତତା ହୋଇଛି ବୋଲି ଦର୍ଶାଇଛନ୍ତି ା ସିଏଜି ରିପୋର୍ଟ ସରକାରଙ୍କ ଅସଲ ମୁଖା ଖୋଲିଦେଇଛି ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୋମବାର ଅଭିଯୋଗ କରିଛନ୍ତି ା ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଗୋଲକ କହିଛନ୍ତି, ରାଜସ୍ବ ବିପର୍ଯ୍ୟୟ ବିଭାଗରେ ସର୍ବାଧିକ ୨୪୪.୮୩ କୋଟି, ଗ୍ରାମ ଉନ୍ନୟନରେ ୧୧୫.୮୬ କୋଟି, ପଞ୍ଚାୟତିରାଜ ବିଭାଗରେ ୧୬୦.୯୫ କୋଟି, ନଗରଉନ୍ନୟନ ବିଭାଗର ୭୯.୮୬ କୋଟି, ଗୃହ ବିଭାଗର ୮୬.୦୭ କୋଟି ଟଙ୍କାର ହିସାବ ସରକାର ଦେଇନାହାନ୍ତି। ୨୦୧୭ ଫେବୃଆରୀରୁ ୨୦୧୮ ଜୁଲାଇ ମଧ୍ୟରେ ହୋଇଥିବା ଅଡିଟ୍‌ ବେଳେ ୭ ବିଭାଗ ଅଧୀନରେ ରହିଥିବା କାର୍ଯ୍ୟାଳୟ ଦ୍ୱାରା ଖର୍ଚ୍ଚ ହୋଇଥିବା ୧୭.୦୩ କୋଟି ଟଙ୍କାର ଭାଉଚର ଉପଲବ୍ଧ କରାଯାଇ ନ ଥିଲା। କେବଳ ସେତିକି ନୁହେଁ ଗରିବଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ଆଳରେ ଅନେକ ଅର୍ଥ ଆତ୍ମସାତ କରାଯାଇଛି। ପରୀକ୍ଷାମୂଳକଭାବେ ୯ ପଞ୍ଚାୟତ ସମିତିରେ ମଧୁବାବୁ ପେନସନ ଯୋଜନାରେ ୭୨ ଗାଁର ୧୫୦ ମୃତ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତାକୁ ଆତ୍ମସାତ୍‌ କରାଯାଇଛି ବୋଲି ଗୋଲକ ଅଭିଯୋଗ କରିଛନ୍ତି ା

Share