ପରିକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବିରେ ପଦଯାତ୍ରା ପାଇଁ ଭାଜପାର ପ୍ରସ୍ତୁତି

ଲହୁଣୀପଡା, ୧୪।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଲକ ଅନ୍ତର୍ଗତ ରାଜାମୁଣ୍ଡା ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ବଣାଇ ସାଙ୍ଗଠନିକ ଜିଲା ତରଫରୁ ଆସନ୍ତା ୧୮ ତାରିଖ ହେବାକୁ ଥିବା ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲା ସଭାପତି ଅନିଲ ବାର୍ଲା ଅଧ୍ୟକ୍ଷତା କରିଥିବା ବେଳେ ଜିଲା ପ୍ରଭାରୀ ବଟକିଶୋର ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାହାସ ବିହାରୀ ପ୍ରଧାନ, ସେବତୀ ନାଏକ, ଲୋଥାର ଓରାମ, ମଣ୍ଡଳ ସଭାପତି ନମିତା ମାହାନ୍ତ, ମେଲେରି ବାରିକ, ଯୁଧିଷ୍ଠିର ବେହେରା, ଗଙ୍ଗାଧର ମାହାନ୍ତ, ମୁକୁନ୍ଦ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । ପରିକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ପଦଯାତ୍ରା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ପଦଯାତ୍ରାକୁ ସଫଳ କରିବା ପାଇଁ ଜିଲା ମହିଳା ମୋର୍ଚ୍ଚାଙ୍କୁ ଦାୟୀତ୍ୱ ପ୍ରଦାନ କରାଯିବା ସହିତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୁ ବର୍ଗର କର୍ମକର୍ତ୍ତାଙ୍କୁ ଉପରୋକ୍ତ ଅତିଥିମାନେ ବକ୍ତବ୍ୟ ମାଧ୍ୟମରେ ଆହ୍ବାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାସୁଦେବ ସାହୁ,ମହେଶ ସା, ବନବିହାରୀ ଓରାମ, ଉପେନ୍ଦ୍ର ବେହେରା, ପ୍ରଦୀପ ସ୍ବାଇଁ, ଚେତନ ଦୀପ ନାଏକ, ଜୟନ୍ତୀ ମାହାନ୍ତ, ଶକୁନ୍ତଳା ନାଏକ, ମିଥିଲା ପାତ୍ର, ଆହ୍ଲାଦ ବଢ଼େଇ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ବଣାଇ ମଣ୍ଡଳ ପୂର୍ବତନ ସଭାପତି ହେମନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।