ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ ପାଇଁ ଭାଜପା ଚେଷ୍ଟା ଚଳାଇଛି: ବିଜେଡି

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ଓଡ଼ିଶା ଭାଜପା ଅଭ୍ୟାସଗତ ଭାବେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ ଓ ଭ୍ରମିତ କରିବା ସହିତ ଦ୍ୱନ୍ଦ୍ୱରେ ପକାଇବାକୁ ଚେଷ୍ଟା କରୁଛି।ଏଭଳି କାର୍ଯ୍ୟ ପାଇଁ ଓଡ଼ିଶାର ଲୋକମାନେ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଥିବାବେଳେ ଓଡ଼ିଶା ଭାଜପା ଏଥିରୁ କିଛି ଶିଖିପାରୁ ନାହିଁ ବୋଲି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି। ଭାଜପା ଖବରଦାତା ସମ୍ମିଳନୀର ଜବାବ ଦେଇ ପାତ୍ର କହିଛନ୍ତି ଯେ, ରାଜନୈତିକ ଫାଇଦା ହାସଲ କରିବାକୁ ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ପୁନର୍ବାର ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇବା ଏବଂ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ଏଭଳି କୌଶଳ
ଓଡ଼ିଶା ଭାଜପାର ଜାରି ରହିଛି । ଭାଜପାର ଜ୍ଞାନ ଉଦୟ ହେଉ ଏବଂ ସେମାନେ ବୁଝନ୍ତୁ ଯେ ଓଡ଼ିଶାର ଲୋକମାନେ ବୁଦ୍ଧିମାନ ଓ ସ୍ମାର୍ଟ। ସେମାନେ ଓଡ଼ିଶା ଭାଜପାର ଏପରି ଶସ୍ତା କୌଶଳ ଦେଖୁଛନ୍ତି । ଏଥିପାଇଁ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି। ଆଗାମୀ ଦିନରେ ବି ସେମାନଙ୍କୁ ପୁନର୍ବାର
ପ୍ରତ୍ୟାଖ୍ୟାନ କରିବେ ବୋଲି ପାତ୍ର କହିଛନ୍ତି।

Share