ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଚାରରେ ବୁଲୁଛନ୍ତି ଭାଜପା ନେତା

ଗଞ୍ଜାମ,୨୧ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗଞ୍ଜାମ ସହର। ନିଜ ଦଳୀୟ ପାର୍ଥୀଙ୍କୁ ଜିତାଇବାକୁ ଲାଗିପଡ଼ିଛନ୍ତି ଆଗଧାଡ଼ିର ନେତା। ଏହି ଏନ୍‌ଏସିରେ ଅଧ୍ୟକ୍ଷା ପାଇଁ ବିଜେଡି, ଭାଜପା, କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀ ଦେଇଛନ୍ତି। ଏଥିରେ ବିଜେଡି ପାର୍ଥିନୀ ଝୁଲି ପାତ୍ର ପ୍ରଚାରରେ ଆଗୁଆ ରହିଥିବା ଦେଖିବାକୁ ମିଳିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପଦପଦବୀରେ ଥିବା ଭାଜପା ନେତା ଓ କିଛି ହାତ ଗଣତି କର୍ମୀ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଚାରରେ ବୁଲୁଥିବା ଦେଖିବାକୁ ମିଳିଛି। ବିଜେଡି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହେବା ନିଶ୍ଚିତ ବୋଳି ଚର୍ଚ୍ଚା ଜୋର ଧରିଛି। ଏଠାରେ ବିଜେଡିର ସ୍ବତନ୍ତ୍ର ଭୋଟ୍‌ ରହିଛି। ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ନେଇ ବେଜେଡି ପ୍ରାର୍ଥୀ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଥିବା ଜଣାପଡ଼ିଛି।