Categories: ଜାତୀୟ

ଆରଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାଜପା ନେତ୍ରୀ

ପାଟନା,୧୦।୧୧: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନଝୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ମନ୍ତବ୍ୟକୁ ନେଇ ବିହାର ରାଜନୀତି ସରଗରମ ହୋଇଛି। ଏ ସମ୍ପର୍କରେ ନୀତୀଶଙ୍କ ଇସ୍ତଫା ଦାବିରେ ଏନଡିଏ ନେତାମାନେ ଗୃହ ବାହାରେ ବିରୋଧ କରୁଛନ୍ତି। ଏହି ବିବାଦକୁ ନେଇ ଭାଜପା ବିଧାୟକ ଶ୍ରେୟାସୀ ସିଂ ଶୁକ୍ରବାର କହିଛନ୍ତି, ବିଧାନସଭାରେ ଆଜେଡି ବିଧାୟକମାନେ ଲଡୁରେ ବିଷାକ୍ତ ପଦାର୍ଥ ମିଶାଇ ବଣ୍ଟନ କରୁଥିଲେ ଯାହା ଦ୍ୱାରା ଆମେ ମାନସିକ ସ୍ତରରେ ବିଚଳିତ ହୋଇଯିବୁ। ବିଧାନସଭାରେ ନୀତୀଶ କୁମାର ନିୟମ ପାଳନ କରନ୍ତି ନାହିଁ। ସେ ନିଜ ସଂସ୍କାର ଭୁଲିଗଲେଣି। ମୁଖ୍ୟମନ୍ତ୍ରୀ ଏବଂ ବିଧାନସଭା ବାଚସ୍ପତି ଦଳିତଙ୍କ କଥା ଶୁଣନ୍ତି ନାହିଁ। ଏହି ସରକାର ମହିଳା ଏବଂ ଏସସି ବିରୋଧୀ।
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମଞ୍ଜୀ କହିଛନ୍ତି. ବିଧାନସଭାର ମୁଖ୍ୟ ହେଉଛନ୍ତି ବାଚସ୍ପତି। ଏହା ଦୁଃଖର ବିଷୟ ଯେ, ଗୃହର ବାଚସ୍ପତି ଆୱଧ ବିହାରୀ ଚୌଧୁରୀ ତାଙ୍କର ସମସ୍ତ ନିଷ୍ପତ୍ତି ଶାସକ ଦଳ ସପକ୍ଷରେ ଦେଉଛନ୍ତି, ଯାହା ସମ୍ବିଧାନ ତଥା ଗଣତନ୍ତ୍ର ପାଇଁ ସାଂଘାତିକ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଶ୍ଚିତ ଭାବେ ଦୋଷୀ, କିନ୍ତୁ ଆମ ଅଧ୍ୟକ୍ଷ ତାଙ୍କଠାରୁ କମ ଦୋଷୀ ନୁହଁନ୍ତି ।
ଗୁରୁବାର ବିଧାନସଭାରେ ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍‌ଝୀ ଏହି ଆଲୋଚନାରେ ଅଂଶଗ୍ରହଣ କରି ଜାତିଭିତ୍ତିକ ସର୍ଭେ ଉପରେ ପ୍ରଶ୍ନ ଉଠାଇଥିଲେ। ଲୋକମାନେ ସଂରକ୍ଷଣର ଲାଭ ପାଇଛନ୍ତି କି ନାହିଁ ସରକାର କେବେ ବିଶ୍ଳେଷଣ କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ଏହା ଶୁଣି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଗରେ କହିଥିଲେ,ମାନଝୀଙ୍କର କୌଣସି ଜ୍ଞାନ ନାହିଁ। ମୋର ମୂର୍ଖତା ହେତୁ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Share