Categories: ଜାତୀୟ

ଯୁବକଙ୍କୁ ଗୋଇଠା ମାରି ଛେପ ଚଟାଇଲେ ଭାଜପା ନେତା

ରାଞ୍ଚତ୍, ୯ା୮: ଝାଡ଼ଖଣ୍ଡର ରାଞ୍ଚତ୍ ଜିଲାରେ ନଦୀରେ ଗାଧୋଉଥିବା ମହିଳାମାନଙ୍କ ଭିଡିଓ ପ୍ରସ୍ତୁତ କରୁଥିବା ଜଣେ ଯୁବକଙ୍କୁ ଭାଜପା ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର କୁନ୍‌ଓ୍ବାର ଉଠ୍‌ବସ୍‌ କରାଇବା ସହ ଗୋଇଠା ମାରି ଛେପ ଚଟାଇଥିଲେ। ଗତ ୬ ତାରିଖରେ ଏହି ଘଟଣା ଘଟିଥିବାବେଳେ ମାଡ଼ ମାରିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ପୋଲିସ କହିଛି। ପୀଡ଼ିତ ଯୁବକ ତୌସିଫଙ୍କ ଘର ଡୁମ୍‌କା ଜିଲା ସାଧୁଡିହ ଗ୍ରାମରେ। ଭାଜପା ନେତା ଗୋଇଠା ମାରିଥିବା ସ୍ବୀକାର କରିଛନ୍ତି। ସେ ଦଣ୍ଡ ଦେଇ ନ ଥିଲେ ଉତ୍ତ୍ୟକ୍ତ ଲୋକେ ମାଡ଼ ମାରିଥାନ୍ତେ ଓ ଯୁବକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା ବୋଲି ଭାଜପା ନେତା କହିଛନ୍ତି।

Share