ନୂଆଦିଲ୍ଲୀ,୧୨।୧୦: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ଙ୍କ ଘର ବାହାରେ ଛଠ୍ ପୂଜାକୁ ନେଇ ବିରୋଧ କରୁଥିବାବେଳେ ଭାଜପା ଏମ୍ପି ମନୋଜ ତିୱାରୀ ଆହତ ହୋଇଛନ୍ତି। ତାଙ୍କ ସହ ଅନେକ ବିକ୍ଷୋଭକାରୀ ମଧ୍ୟ ଆହତ ହୋଇଥିଲେ। ବ୍ୟାରିକେଡରୁ ଖସିଯିବା ଚକ୍କରରେ ମନୋଜ ତିୱାରୀ ଆହତ ହୋଇଥିଲେ। ତାଙ୍କ କାନ ଏବଂ ଗୋଡରେ ଆଘାତ ଲାଗିଛି। ମନୋଜଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ଭାଜପା ନେତା ଓ କର୍ମୀମାନେ ମଙ୍ଗଳବାର କେଜ୍ରିଓ୍ବାଲ୍ଙ୍କ ବାସଭବନ ବାହାରେ ଛଠ୍ ପୂଜା ଉପରେ ପ୍ରତିବନ୍ଧକ ଲଗାଇବାକୁ ନେଇ ବିରୋଧ କରିଥିଲେ।
ସୂଚନାଯୋଗ୍ୟ, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ସେପ୍ଟେମ୍ବର ୩୦ରେ କରୋନା କାରଣରୁ ନଦୀ କୂଳରେ ଏବଂ ସର୍ବସାଧାରଣ ସ୍ଥାନରେ ଛଠ୍ ଉତ୍ସବକୁ ନିଷିଦ୍ଧ କରିଥିଲା।