ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ବିଜୁ ଜନତା ଦଳର ଗଣମାଧ୍ୟମ ଟିମ୍ର ପୁନର୍ଗଠନ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଟିମ୍ରେ ୬ ଜଣ ଜାତୀୟସ୍ତରର ମୁଖପାତ୍ର ଏବଂ ୧୬ ଜଣଙ୍କୁ ରାଜ୍ୟସ୍ତରର ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି। ମିଡିଆ ଟିମ୍ରେ ୧୪ ପ୍ୟାନେଲିଷ୍ଟ ମଧ୍ୟ ରହିଛନ୍ତି। ଗୁରୁବାର ଏ ନେଇ ବିଜେଡି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଜାତୀୟ ମୁଖପାତ୍ର ଭାବେ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ(ଆର୍ଥିକ ବିଷୟ ଓ ବୈଦେଶିକ ବ୍ୟାପାର), ସସ୍ମିତ ପାତ୍ର, ଶର୍ମିଷ୍ଠା ସେଠୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ଚନ୍ଦ୍ର ମାଝି, ସ୍ନେହାଙ୍ଗିନୀ ଛୁରିଆ, ବ୍ୟୋମୋକେଶ ରାୟ, ରାସେଶ୍ୱରୀ ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଲେଲିନ୍ ମହାନ୍ତି, ସଞ୍ଜୟ ବାବୁ, ସୁଲତା ଦେଓ, ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାଶ ଏବଂ ହରିଶ ଚୌଧୁରୀଙ୍କୁ ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଚନ୍ଦ୍ରାଣି ମୁର୍ମୁ, ପ୍ରିୟବ୍ରତ ମାଝି, ଚନ୍ଦ୍ରଶେଖର ଦାଶ, ଓମ୍ ପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଈପ୍ସିତା ସାହୁ, ଜ୍ୟୋତ୍ସ୍ନାମୟୀ ପରିଡ଼ା, ସୋଫିଆ ଆଲମ୍, ତୁମ୍ବନାଥ ପଣ୍ଡା, ପ୍ରଶାନ୍ତ ସାହୁ, ଅମିତ୍ ମଲ୍ଲିକ, ଛବି ମାହାଳି, ମହିକ୍ଷିତା ମିଶ୍ର ଏବଂ ସ୍ମୃତି ନନ୍ଦଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି।