୧୦ ତାରିଖ ସକାଳେ ବସିବ ଭାଜପା ବିଧାୟକ ଦଳ ବୈଠକ, ହେବ ମୁଖ୍ୟମନ୍ତ୍ରୀ ଚୟନ

ଭୁବନେଶ୍ୱର,୮।୬: ରାଜ୍ୟରେ ବହୁମତ ପାଇଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଆସନ୍ତା ୧୦ ତାରିଖ ଅର୍ଥାତ ଶପଥ ଗ୍ରହଣ ଦିନ ସକାଳେ ଏହାର ମୁଖ୍ୟମନ୍ତ୍ରୀ ଚୟନ କରିବ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ନାମରେ ସହମତି ଜଣାଇବେ ବିଧାୟକ। ଏହାପରେ ସନ୍ଧ୍ୟାରେ ଜନତା ମୈଦାନରେ ଶପଥ ଗ୍ରହଣ ଅନୁଷ୍ଠିତ ହେବ।

ତେବେ ଆଲୋଚନ ଅନୁଯାୟୀ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅନେକ ନେତାଙ୍କ ନା ଆଗରେ ରହିଛି। ଦଳର ସଭାପତି ମନମୋହନଙ୍କ ସମେତ ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାଁ ଚର୍ଚ୍ଚାରେ ରହିଛି। ସେହିପରି ଜୟ ନାରାୟଣ ମିଶ୍ର, କନକବର୍ଦ୍ଧନ ସିଂଦେଓ ଏବଂ ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଏଥିସହ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି କି ବିଧାୟକମାନଙ୍କ ମଧ୍ୟରୁ କାହାକୁ ହିଁ ମୁଖ୍ୟମନ୍ତ୍ରୀ ଆସନରେ ଭାଜପା କେନ୍ଦ୍ରୀୟ ନେତାମାନେ ବସାଇପାରନ୍ତି।

ଅନ୍ୟପଟେ ଯଦି ଭାଜପା ଶାସିତ ଅନ୍ୟ ରାଜ୍ୟ ଢାଞ୍ଚାରେ ସରକାର ଗଢାଯାଏ, ତା’ହେଲେ ଉପମୁଖ୍ୟମନ୍ତ୍ରୀ ପାଇଁ ମୋହନ ମାଝୀଙ୍କ ନାଁକୁ ନେଇ ଆଲୋଚନା ହେଉଛି।