ୟୁଜିସି ଅବହେଳା ପ୍ରସଙ୍ଗ ଉଠାଇଲା ବିଜେଡି

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍‌ ପ୍ରସଙ୍ଗ ଆଲୋଚନା ଛିଣ୍ଡୁନି। ସୋମବାରକୁ ମିଶାଇ ଲଗାତର ୩ଦିନ ପାଇଁ ଗୃହରେ ଏହି ବିଲ୍‌କୁ ନେଇ ଆଲୋଚନା ହୋଇଛି। ପୁଣିଥରେ ବିରୋଧୀ ଦଳ କଂଗ୍ରେସ ନେତା ନରସିଂହ ମିଶ୍ର ବିଲ୍‌କୁ ବିରୋଧ କରିବା ସହ ଏଥିରେ ଥିବା ତ୍ରୁଟି ସମ୍ପର୍କରେ କହିଥିଲେ। ସେହିଭଳି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ରାଜ୍ୟ ସରକାର ନିଜ ରାଜନୈତିକ ଶକ୍ତି ବ୍ୟବହାର କରି ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ବାଧୀନତା ଓ ଅଖଣ୍ଡତାକୁ କ୍ଷୁଣ୍ଣ କରିବାର ପ୍ରୟାସ କରୁଥିବା କହିଥିଲେ। କରୋନା ମହାମାରୀ ସମୟରେ ଏହି ବିଲ୍‌ ପାରିତ କରିବାର ଆବଶ୍ୟକତା ନାହିଁ। ଶିକ୍ଷାବିତ୍‌ମାନେ ଏହା ଉପରେ ପ୍ରଶ୍ନ ଉଠାଉଛନ୍ତି। ବିଶ୍ୱବିଦ୍ୟାଳୟ ସିନେଟ୍‌ର ଉଚ୍ଛେଦକୁ ସେ ବିରୋଧ କରିବା ସହ ବିଲ୍‌କୁ ବିଚାରକୁ ନେବାକୁ ସିଲେକ୍ଟ କମିଟିକୁ ପଠାଇବାକୁ କହିଥିଲେ। ଏହି ଅବସରରେ ସେ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଏନ୍‌ଆଇଆର୍‌ଏଫ୍‌ ର଼୍ୟାକିଂରେ କାହିଁକି ପଛରେ ରହୁଛି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଶାସକ ଦଳ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, କୋଭିଡ୍‌ ପ୍ରାୟ ବର୍ଷେ ହେବ ଚାଲିଲାଣି। ଏଥି ପାଇଁ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲାଣି। ଏଭଳି ସମୟରେ ଶିକ୍ଷା ଏକ ଆବଶ୍ୟକତା ହୋଇଥିବାରୁ ଏହା ଉପରେ ଆଲୋଚନା ଓ ବିଲ୍‌ ଆଣିବାର ପ୍ରାସଙ୍ଗିକତା ରହିଥିବା ଯୁକ୍ତି ବାଢିଥିଲେ। ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ବ୍ୟବସ୍ଥିତ କରିବାରେ ଏହା ସହାୟକ ହେବ। କୁଳପତିଙ୍କ କ୍ଷମତା କ୍ଷୁଣ୍ଣ ହେବନି। ସିନେଟ୍‌କୁ ଉଚ୍ଛେଦ କରି ସିଣ୍ଡିକେଟ୍‌କୁ ଅଧିକ ଶକ୍ତିଶାଳୀ କରାଯାଇଥିବା ସେ କହିଥିଲେ। ଏହି ଅବସରରେ ଛୁରିଆ ଓଡ଼ିଶାର ବିଶ୍ୱବିଦ୍ୟାଳୟ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ ଉଠାଇଥିଲେ। ୟୁଜିସି ଓଡ଼ିଶା ପ୍ରତି ଅବହେଳା କରୁଛି, ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ଆବଶ୍ୟକ ଅର୍ଥ ଦେଉନାହିଁ। ଓଡ଼ିଶାର ଛାତ୍ରୀଛାତ୍ରମାନେ ପାଠ ପଢି ଆଗକୁ ନ ବଢନ୍ତୁ ବୋଲି କେନ୍ଦ୍ର ଚାହୁଁଥିବା ସେ କହିଥିଲେ। ତେବେ ନୂଆ ବିଲ୍‌ରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ଓ ପ୍ରାଧ୍ୟାପକମାନଙ୍କ ପ୍ରମୋଶନ ବେଳେ ସେମାନଙ୍କ ରିସର୍ଚ୍ଚ ଫିଲ୍ଡ ଏବଂ ସେମାନଙ୍କ ଅଧୀନରେ କେତେକ ଛାତ୍ରୀଛାତ୍ର ପିଏଚ୍‌ଡି କରିଛନ୍ତି ତାହାକୁ ବିଚାରକୁ ନେବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ଉକ୍ତ ବିଲ୍‌ ଉପରେ ତର୍କ ବିତର୍କ ହେବାପରେ କୃଷି ଆଇନ ଉପରେ ଆଲୋଚନା ଅଧାରେ ରହିଛି।
ବିଜେଡି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ ୟୁଜିସିର ଓଡ଼ିଶା ପ୍ରତି ଅବହେଳା ପ୍ରସଙ୍ଗ ଉଠାଇଥିଲେ। ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ୧ ହଜାର କୋଟି ଦେଉଥିବା ବେଳେ ୟୁଜିସି ମାତ୍ର ୧୦ କୋଟି ଦେଉଛନ୍ତି। ଏ ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ କୁଳପତି ଚୟନରେ ରାଜ୍ୟ ସରକାରଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଥିବା ସେ କହିଥିଲେ। ସେହିଭଳି ଓପିଏସ୍‌ସି ଦ୍ୱାରା ଅଧ୍ୟାପକ ଚୟନ ହେବାଦ୍ୱାରା ବର୍ତ୍ତମାନ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ୮୦୦ ପଦବୀ ପୂରଣ ହୋଇପାରିବ। ସେହିଭଳି ଖାଲିପଡ଼ିଥିବା ଶତାଧିକ ନନ୍‌-ଟିଚିଂ ଷ୍ଟାଫ୍‌ ମଧ୍ୟ ନିଯୁକ୍ତ ପାଇପାରିବେ ବୋଲି ସେ କହିଥିଲେ। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏବେ ବି ସିନେଟ୍‌ ବସୁ ନ ଥିବାରୁ ଆଗାମୀଦିନରେ ସିନେଟ୍‌ର ଆବଶ୍ୟକତା ନ ଥିବା ସେ ଯୁକ୍ତି ବାଢିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri