Categories: ଜାତୀୟ

ଭାଜପା କହିଲା ଡରିଗଲେ ଦିଦି

କୋଲକତା,୨୨।୯: ପଶ୍ଚିମବଙ୍ଗରେ ପୁଣି ଥରେ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ କଳହ ଜାରି ରହିଛି। ଭବାନୀପୁର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପ୍ରିୟଙ୍କା ଟିବ୍ରେୱାଲ ମୈଦାଙ୍କୁ ଓହ୍ଲାଇଛି ଭାଜପା। ବୁଧବାର ଭାଜପା ଅଭିଯୋଗ କରିଛି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନ ନିକଟରେ ପ୍ରଚାର କରିବାକୁ ଅନୁମତି ଦିଆଯାଉ ନାହିଁ। ଭାଜପା ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ମଧ୍ୟ ଦାବି କରିଛନ୍ତି ଯେ, ମମତା ବାନାର୍ଜୀଙ୍କ ବାସଭବନକୁ ଯାଇଥିବା ହରିଶ ଚାଟାର୍ଜୀ ଛକରେ ତାଙ୍କୁ ପ୍ରଚାର କରିବା ବନ୍ଦ କରାଯାଇଛି। ସେପ୍ଟେମ୍ବର ୩୦ ନିର୍ବାଚନରେ ତୃଣମୂଳ କଂଗ୍ରେସ ପରାଜୟର ଭୟ ଥିବାରୁ ପୋଲିସ ଭାଜପାକୁ ପ୍ରଚାରରୁ ନିବୃତ୍ତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।
ଏସପି ଆକାଶ ମଘାରିଆ ଏଭଳି ଅଭିଯୋଗକୁ ଖାରଜ କରି କହିଛନ୍ତି ଯେ, ସୁକାନ୍ତ ମଜୁମଦାରଙ୍କ ପାଖରେ ଟିକାକରଣ ପ୍ରମାଣପତ୍ର ନାହିଁ ଏବଂ ଉଚ୍ଚ ସୁରକ୍ଷା ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ତେଣୁ ସେମାନଙ୍କୁ ଅନ୍ୟ ରାସ୍ତାରେ ଯିବାକୁ କୁହାଯାଇଛି।

Share