ଦିଲ୍ଲୀରୁ ଓଡ଼ିଶାକୁ ରିଲିଫ ଟ୍ରକ୍‌ ପଠାଇଲା ଭାଜପା

ଭୁବନେଶ୍ୱର, ୨୨।୯(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିନ ଅବସରରେ ଦେଶବ୍ୟାପୀ ସେବା ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ସୋମବାର ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରୁ ଏକ ରିଲିଫ ସାମଗ୍ରୀ ବୋଝେଇ ଟ୍ରକ୍‌ ଓଡ଼ିଶାରେ ବନ୍ୟା ପୀଡ଼ିତଙ୍କ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଲୋକଙ୍କ ପାଇଁ ରିଲିଫ ସାମଗ୍ରୀ ଆସୁଛି ା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରଥମେ ଶ୍ରୀଜଗନ୍ନାଥଙ୍କୁ ପଦ୍ମଫୁଲ ଅର୍ପଣକରି ପ୍ରାର୍ଥନା କରିବା ସହ ସମସ୍ତଙ୍କ ଶୁଭକାମନା କରିଛନ୍ତି । ଏହା ପରେ ନଡ୍ଡା ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି ା ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ବନ୍ୟା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବ୍ୟାପକ ଜଳମଗ୍ନ ଯୋଗୁ ବହୁ ମାତ୍ରାରେ ଧନସମ୍ପତ୍ତି ନଷ୍ଟ ହୋଇଛି । ପୁରୀ ଜିଲା ଡେଲାଙ୍ଗ ଏବଂ କଣାସ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହେବା ସହ ସ୍ଥାନୀୟ ବାସିନ୍ଦାମାନେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ଏହି ଟ୍ରକ୍‌ରେ ଆସୁଥିବା ରିଲିଫ ସାମଗ୍ରୀଗୁଡିକୁ ଡେଲାଙ୍ଗ ଓ କଣାସ ବ୍ଲକର ୭୦ ଗ୍ରାମରେ ବଣ୍ଟନ କରାଯିବ । ଭାଜପା ନିଜର ସାମାଜିକ ଦାୟିତ୍ୱ ପାଳନ କରି ରାଜ୍ୟର ବନ୍ୟା ପୀଡ଼ିତଙ୍କ ପାଇଁ ରିଲିଫ ସାମଗ୍ରୀ ପଠାଇଥିବାରୁ ରାଜ୍ୟ ଭାଜପା ପକ୍ଷରୁ ନଡ୍ଡାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

Share