ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି

ଭୁବନେଶ୍ୱର,୧୪।୯(ବ୍ୟୁରୋ): ସୋମବାର ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସମର୍ଥନ ଲୋଡିଥିଲେ। ଯାହାକୁ ସ୍ବୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ। ହରିବଂଶଙ୍କୁ ଦଳ ସମର୍ଥନ ଦେବ ବୋଲି ଘୋଷଣା କରାଯାଇଛି। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ସହ ନୀତିଶ କୁମାର କଥା ହୋଇଥିଲେ। ସୋମବାର ମଧ୍ୟ ଦ୍ୱିତୀୟଥର ସେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସମର୍ଥନ ମାଗିଥିଲେ। ପ୍ରକାଶ ଯେ, ସଂସଦର ମୌସୁମୀ ଅଧିବେଶନ ଆଜିଠାରୁୁ ଆରମ୍ଭ ହୋଇଛି ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସଭା ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ଏହି ପଦ ଲାଗି ଏନଡିଏର ପ୍ରାର୍ଥୀ ଭାବେ ଜେଡିୟୁ ଏମ୍‌ପି ହରିବଂଶ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Share