‘ମୋତେ କଳା ବିଲେଇ ଡାକୁଥିଲେ’

ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ରେ ନୁହେଁ, ହଲିଉଡ୍‌ରେ ମଧ୍ୟ ବେଶ୍‌ ନାଁ କମାଇ ସାରିଛନ୍ତି। ପ୍ରିୟଙ୍କା ବିଶ୍ୱସ୍ତରୀୟ ଷ୍ଟାର୍‌ ତାଲିକାରେ ଯେ, ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି; ଏଥିରେ କୌଣସି ସନ୍ଦେହ ନାହିଁ। ବର୍ତ୍ତମାନ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ଆଜି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ସେ ରାଜ୍‌ କରୁଛନ୍ତି। ପ୍ରିୟଙ୍କା ଏବେ ଗୋଟେ ସତ କଥା ସମସ୍ତଙ୍କ ସାମ୍ନାରେ କହିଛନ୍ତି। ତାଙ୍କର ରଙ୍ଗକୁ ନେଇ ସେ ବଲିଉଡ୍‌ରେ କିପରି ଲଜ୍ଜିତ ହୋଇଥିଲେ ସେ ବିଷୟରେ କହିଛନ୍ତି।

ନିକଟରେ ପ୍ରିୟଙ୍କା ବିବିସିର ‘୧୦୦ ଓମେନ’ ତାଲିକାରେ ତାଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଏହି ଅଭିନେତ୍ରୀ ୨୦୨୨ ବର୍ଷର ସବୁଠାରୁ ପ୍ରଭାବଶାଳୀ ମହିଳା ହୋଇପାରିଛନ୍ତି। ଏଭଳି ପରିସ୍ଥିତିରେ ସେ ଏକ ସାକ୍ଷାତକାରରେ ତାଙ୍କ ସହ ବଲିଉଡ୍‌ରେ ଘଟିଥିବା କିଛି ଘଟଣା ବିଷୟରେ ପ୍ରକାଶ କରିଥିଲେ। ସେ କହିଥିଲେ, ତାଙ୍କୁ କିପରି ପୁରୁଷ କଳାକାରଙ୍କ ତୁଳନାରେ କମ୍‌ ଦରମା ଦିଆଯାଉଥିଲା, ଶୁଟିଂ ସେଟ୍‌ରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିଲା। ବିଶେଷକରି ତାଙ୍କ ରଙ୍ଗ କଳା ଯୋଗୁ ତାଙ୍କୁ କିଛି କଳାକାର ‘କଳା ବିଲେଇ’ ବି ଡାକୁଥିଲେ। ଯାହା ତାଙ୍କୁ ବହୁତ ଖରାପ ଲାଗୁଥିଲା।

ସେ କୁହନ୍ତି, ମୁଁ ଭାବୁଥିଲି ଅନ୍ୟମାନଙ୍କ ତୁଳନାରେ ମୋତେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସେଥିପାଇଁ ସେବେଠାରୁ ପରିଶ୍ରମ କରିବାରେ ହେଳା କରିନାହିଁ।

Share