ରୂପା ଛାଉଣିରେ ଝଲସୁଛି କଳାହାଟ ଦ୍ୱାର

ପୁରୀ ଅଫିସ,୧୨।୭ ଶ୍ରୀମନ୍ଦିର ଜଗମୋହନରୁ ଗର୍ଭଗୃହକୁ ସଂଯୋଗ କରୁଥିବା କଳାହାଟ ଦ୍ୱାରରେ ରୂପା ଛାଉଣି ହୋଇଛି । ରୂପା ଚାଦର ବିଛାଯିବା ପରେ କଳାହାଟ ଦ୍ୱାର ମହାପ୍ରଭୁଙ୍କୁ ଅପେକ୍ଷା କରିଛି । ରୂପା ଚାଦର ଦ୍ୱାରା ଜଗମୋହନ ଆଉ ଗର୍ଭଗୃହ ଝଲସି ଉଠୁଛି । ମୁମ୍ବାଇର ଜଣେ ଦାତାଙ୍କ ରୂପାରେ ମହାପ୍ରଭୁଙ୍କ କଳାହାଟ ଦ୍ୱାର ସମେତ ଅନ୍ୟ ସାତଟି ଦ୍ୱାରରେ ଏକ ବର୍ଷ ମଧ୍ୟରେ ରୂପା ଚାଦର ଆବରଣ କରାଯାଇଛି । ଏହି ଦ୍ୱାରରେ ମୋଟ ଆଠଟି ରୁପା ପ୍ଳେଟର ଆସ୍ତରଣ ପଡିଛି । ପାଖାପାଖି ଏଥିରେ ୫୦୦ କିଲୋର ରୁପା ଚାଦର ବିନିଯୋଗ ହୋଇଛି ।

Share