କରୋନା କାଳରେ କଳାବଜାର: ବଢ଼ିଲା ଆଳୁଦର, ପ୍ରଶାସନର ଚଢ଼ାଉ

ବୁଗୁଡ଼ା,୪।୫(ଡି.ଏନ୍‌.ଏ.): ମହାମାରୀ କରୋନାର ପ୍ରଭାବକୁ ପ୍ରତିହତ କରିବା ଲକ୍ଷ୍ୟରେ ସରକାର ମେ’ ୫ରୁ ୧୫ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ବୁଗୁଡ଼ାର କେତେକ ମୁନାଫାଖୋର ଅସାଧୁ ବ୍ୟବସାୟୀଙ୍କ କଳା କାରନାମା ଯୋଗୁ ଆଳୁ ଦର ହୁ ହୁ ହୋଇ ବୃଦ୍ଧି ପାଇବାକୁ ନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ପ୍ରରିପ୍ରେକ୍ଷୀରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ପରିବା ବଜାରରେ ଚଢ଼ାଉ କରାଯାଇ ସଂପୃକ୍ତ ବ୍ୟବସାୟୀମାନଙ୍କୁ ତାଗିଦ କରାଯାଇଥିବା ଜଣାଯାଇଛି ।

Share