ରାସ୍ତାକଡ଼ରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର ଅଫିସ,୧।୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ରାସ୍ତା ପାଶର୍‌ବରେ ଜଣେ ଯୁବକର ରକ୍ତାକ୍ତ ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖି ବସ୍ତା ପୋଲିସକୁ ଖବର ଦେଇଥିଲେ। ଉକ୍ତ ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିବାରୁ ଯୁବକକୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଯୁବକ ଜଣକଙ୍କ ଘର ଜଗତସିଂହପୁର ଜିଲାର ପୃଥୀରାଜ ପାତ୍ର ବୋଲି ଜଣାପଡିଛି। ସେ କିଛି ଦିନ ଧରି ଏହି ଅଞ୍ଚଳରେ ମୋବାଇଲ ଟାୱାରରେ କାର୍ଯ୍ୟ କରୁଥିଲେ। ଘଟଣାସ୍ଥଳରେ ବସ୍ତା ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି।