ସୁବାସ ନଗର ବସ୍ତିରୁ ହଟିଲା ଆବଦ୍ଧାଞ୍ଚଳ କଟକଣା

ଭୁବନେଶ୍ୱର,୧।୭(ବ୍ୟୁରୋ)-୧୨ ଦିନ ପରେ ଡୁମୁଡୁମା ସୁବାସ ନଗର ବସ୍ତିରୁୁ କଣ୍ଟେନମେଣ୍ଟ (ଆବଦ୍ଧାଞ୍ଚଳ) କଟକଣା ହଟିଛି। ଉକ୍ତ ବସ୍ତିରୁ ଏକାଧିକ ସ୍ଥାନୀୟ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ଗତ ୨୦ରେ ବସ୍ତିର ୩୧୭ଘର ସିଲ୍‌ କରି ଦିଆଯାଇଥିଲା। ବିଏମ୍‌ସି ଏହାର ପ୍ରମୁଖ ପ୍ରବେଶ ପଥରେ ବାଉଁଶବାଡ଼ ଦେଇ ଚଳପ୍ରଚଳ ନିଷିଦ୍ଧ କରିଥିଲା। ୭ଦିନ ଯାଏ ଘର ଘର ସର୍ଭେ କରାଯିବ ସହିତ ୧୦୦ରୁ ଊର୍ଦ୍ଧ୍ୱ ବାସିନ୍ଦାଙ୍କ ନମୁନା ପରୀକ୍ଷା ହୋଇଥିଲା। ନମୁନାରେ ଅଧିକାଂଶ ନେଗେଟିଭ୍‌ ଆସିବା ଓ ପରେ ୫ ସଂକ୍ରମିତ ସୁସ୍ଥ ହେବା ପରେ ଆବଦ୍ଧାଞ୍ଚଳ କଟକଣା ହଟାଇ ଦିଆଯାଇଛି।

Share