Advertisement

୮ଦିନରେ ବଦଳିଗଲା ବ୍ଲଡ୍‌ଗ୍ରୁପ

ବୌଦ୍ଧ,୧୯।୬ (ସ୍ବ.ପ୍ର.): ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷାଗୁଡିକ ଖାମଖିଆଲିଭାବେ କରାଯାଉଛି। ଏହାର ଏକ ଉଦାହରଣ ଶନିବାର ଦେଖିବାକୁ ମିଳିଛି। ଏହି ହସ୍ପିଟାଲରେ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମର ବିବେକାନନ୍ଦ ସାହୁଙ୍କର ଏକ ପୁତ୍ର ସନ୍ତାନ ଗତ ଜୁନ୍‌ ୯ରେ ଜନ୍ମ ହୋଇଥିଲା। ୧୦ତାରିଖରେ ନବଜାତକର ରକ୍ତ ପରୀକ୍ଷା ରିପୋର୍ଟରେ ବ୍ଲଡ ଗ୍ରୁପ୍‌ ଏ ପଜିଟିଭ ରହିଥିଲା। ଏହାପରେ ବିବେକାନନ୍ଦ ତାଙ୍କର ଶିଶୁ ପୁତ୍ରକୁ ଧରି ଘରକୁ ଯାଇଥିଲେ। ପୁଅର ଦେହ ଖରାପ ହେବାରୁ ଶନିବାର ପୁଣିଥରେ ଚିକିତ୍ସାଳୟକୁ ଆଣିଥିଲେ ବିବେକାନନ୍ଦ। ଡାକ୍ତରଙ୍କ କହିବା ପରେ ସେ ପୁଣି ଥରେ ରକ୍ତ ପରୀକ୍ଷା କରାଇଥିଲେ। ହେଲେ ରିପୋର୍ଟରେ ବ୍ଲଡ ଗ୍ରୁପ ଏ ନେଗେଟିଭ ଦର୍ଶାଯାଇଥିଲା। ୮ଦିନ ଭିତରେ ଦୁଇ ଦୁଇଟି ଭିନ୍ନ ବ୍ଲଡ୍‌ଗ୍ରୁପ୍‌ ଦେଖି ସେ ମେଡିକାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଭୟ କୁମାର ଦାଶଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ ଉଠାଇ ନ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share