ଭୁବନେଶ୍ୱର,୨୯ା୬(ବ୍ୟୁରୋ)-ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ସୋମବାର ଗାଇଡ ଲାଇନ ଜାରି ହୋଇଛି। ଭୁବନେଶ୍ୱର ବସ୍ତି ଅଞ୍ଚଳରେ ରହୁଥିବା କର୍ମଚାରୀଙ୍କ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଛି।
ଗାଇଡଲାଇନ ଅନୁସାରେ, ବସ୍ତି ଅଞ୍ଚଳରେ ରହୁଥିବା ସବୁ କର୍ମଚାରୀଙ୍କ ଡାଟାବେସ ପ୍ରସ୍ତୁତ ପାଇଁ ସବୁ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବସ୍ତିରେ ରହୁଥିବା କର୍ମଚାରୀ ଏକାଦିକ୍ରମେ ୧୪ ଦିନ ଡ୍ୟୁଟି କରିବେ। ହସ୍ପିଟାଲ ପରିସରରେ ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ରହଣି ବ୍ୟବସ୍ଥା ହେବ। ୧୪ ଦିନ ଡ୍ୟୁଟି ପରେ ନେଗେଟିଭ ରିପୋର୍ଟ ଦେଖି ରିଲିଭ କରାଯିବ। ୧ମ ଦଫା କର୍ମଚାରୀଙ୍କ ଡ୍ୟୁଟି ପରେ ୨ୟ ଦଫା କର୍ମଚାରୀଙ୍କୁ ଡ୍ୟୁଟି ମିଳିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।