ଡଙ୍ଗାରେ ଲାଗିଲା ନିଆଁ, ଭୟରେ ସମୁଦ୍ର ଭିତରକୁ ଡେଇଁଲେ ଯାତ୍ରୀ

ବ୍ୟାଙ୍କକ୍‌,୪ା୪: ଗୁରୁବାର ଥାଇଲାଣ୍ଡ ଗଲ୍ଫର ଏକ ଡଙ୍ଗାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଭୟଙ୍କର ନିଆଁରୁ ରକ୍ଷା ପାଇବା ପାଇଁ ଭୟଭୀତ ଯାତ୍ରୀମାନେ ସମୁଦ୍ର ଭିତରକୁ ଡେଇଁପଡ଼ିଲେ। ତେବେ ଡଙ୍ଗାରେ ଥିବା ସମସ୍ତ ୧୦୮ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୁରଟ ଥାନି ପ୍ରଦେଶରୁ ରାତାରାତି ଡଙ୍ଗା ଥାଇ ଉପକୂଳର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ କୋହ ତାଓକୁ ଯାଉଥିଲା। ତା’ପରେ ଜଣେ ଯାତ୍ରୀ ହଠାତ୍‌ ପ୍ରଚଣ୍ଡ ଶବ୍ଦ ଶୁଣିବା ସହ ଧୂଆଁ ବାହାରୁଥିବା ଦେଖିଥିଲେ। ଡଙ୍ଗାରେ ଥିବା ଜଣେ ଯାତ୍ରୀ ମୈତ୍ରୀ ପ୍ରମଜମ୍ପା କହିଛନ୍ତି, ୫ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ସେ ଧୂଆଁ ଓ ନିଆଁ ବାହାରୁଥିବାର ଦେଖିଥିଲେ ଏବଂ ସେତେବେଳେ ଲୋକମାନେ ଜୋର୍‌ରେ ପାଟି କଲେ।

ସେ କହିଛନ୍ତି, ଆମ ପାଖରେ ଲାଇଫ୍‌ ଜ୍ୟାକେଟ୍‌ ନ ଥିଲା। ଏହା ଅତ୍ୟନ୍ତ ଭୟାନକ ଥିଲା। ଲୋକମାନେ କାନ୍ଦୁଥିଲେ। ମୋ’ ଆଖିରେ ମଧ୍ୟ ଲୁହ ଆସିଯାଇଥିଲା। ଏହି ଜାହାଜରେ ୯୭ ଜଣ ସୁରଟ ଥାନିରୁ ଆସିଥିଲେ। ପ୍ରଦେଶର ଜନସମ୍ପର୍କ ବିଭାଗ କହିଛି ଯେ, ସମସ୍ତଙ୍କୁ ଉଦ୍ଧାର କରାଯାଇଛି ଏବଂ ଏଥିରେ କେହି ମୃତାହତ ହୋଇନାହାନ୍ତି। ନିଆଁକୁ ଆୟତ୍ତ କରାଯାଇଛି ବୋଲି ଅଧିକାରୀ କହିଛନ୍ତି। ଇଞ୍ଜିନରେ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ପ୍ରକୃତ ନିଆଁ ଲାଗିବାର କାରଣ କ’ଣ ଅନୁସନ୍ଧାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ମୋ ହାତ, ଅଣ୍ଟାକୁ ଛୁଇଁଥିଲେ ଡୋନାଲ୍ଡ ଟ୍ରମ୍ପ: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ମଡେଲ୍‌

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାତ୍ର ୧୦ ଦିନ ବାକି ଅଛି। ଭାରତୀୟ ମୂଳର କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା...

ଟ୍ରମ୍ଫଙ୍କ ପାଇଁ ପାଣିଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ମସ୍କ

ଓ୍ବାଶିଂଟନ,୨୫।୧୦: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଲିୟନେୟାର ଏଲୋନ ମସ୍କ ଖୋଲାଖୋଲି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି। ଟ୍ରମ୍ପଙ୍କ ସମର୍ଥନରେ ସେ ନିରନ୍ତର ରାଲି ମଧ୍ୟ...

ଗୋଟିଏ ଦିନରେ ରେକର୍ଡ ଏତିକି ଟଙ୍କା ରୋଜଗାର କଲେ ଏଲନ ମସ୍କ: ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୫।୧୦: ଦୁନିଆର ସବୁଠାରୁ ଧନୀ ବିଲିୟନେୟାର ଏଲନ ମସ୍କର ନିଟ ମୂଲ୍ୟ ଗୋଟିଏ ଦିନରେ ୩୩.୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏବେ ତାଙ୍କ ସମ୍ପତ୍ତି...

ଶେଖ ହାସିନାଙ୍କ ପରେ ଏବେ ଏମିତି କରୁଛନ୍ତି ୟୁନୁସ ସରକାର, ଯାହାକୁ ନେଇ…

ଢାକା,୨୫।୧୦: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ମଧ୍ୟ ରାସ୍ତାରେ ଲୋକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ...

କମଲା ହାରିସଙ୍କୁ ପ୍ରଶଂସା କଲେ ୨୩ ନୋବେଲ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ୨୩ ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞଙ୍କ ସମର୍ଥନ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri