ଡଙ୍ଗା ବୁଡ଼ି ମହିଳାଙ୍କ ଜୀବନ ଗଲା

ମାଲକାନଗିରି,୧ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ବୁଧବାର ଯନ୍ତ୍ରୀ ଗ୍ରାମର ମୋତି ଗଲରି ନାମକ ମହିଳା ଓ ତାଙ୍କ ସ୍ବାମୀ ବାଲିମେଳା ଜଳଭଣ୍ଡାରରେ ଦେଶୀ ଡଙ୍ଗାରେଜଳଭଣ୍ଡାର ପାର ହୋଇ ଦାକଡ଼ପଦର ଗ୍ରାମର ପାହାଡ ଉପରେ ଥିବା ଜମି କାମ ପାଇଁ ଯାଇଥିଲେ। ସନ୍ଧ୍ୟାରେ ଫେରୁଥିବା ସମୟରେ ଜୋର ପବନ ହେବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ଜଳଭଣ୍ଡାରରେ ବୁଡ଼ି ଯାଇଥିଲା। ତେବେ ମୋତିଙ୍କ ସ୍ବାମୀ କୂଳକୁ ଫେରିଥିବା ବେଳେ ମୋତି ନିଖୋଜ ଥିଲେ। ଗତକାଲି ସନ୍ଧ୍ୟା ହୋଇଯିବାରୁ ଜଳଭଣ୍ଡାରରେ ଉଦ୍ଧାର କାର୍ଯ୍ୟ କରାଯାଇ ନ ଥିବା ବେଳେ ଗୁରୁବାର ସକାଳେ ଚିତ୍ରକୋଣ୍ଡା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ୪ ବର୍ଷ ଜେଲ୍‌

ବାଲିଗୁଡ଼ା,୨୯ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ଭିଜିଲାନ୍ସ ଜଜ୍‌ ଏକ ଦୁର୍ନୀତି ଓ ଅର୍ଥ ଆତ୍ମସାତ ମାମଲାର ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବାଲିଗୁଡ଼ା ବ୍ଲକ...

ହୋଟେଲ ମାଲିକଙ୍କୁ ବିଚ୍‌ ରାସ୍ତାରେ ଗୋଡାଇ ଗୋଡ଼ାଇ ହାଣିଲେ

ବାଲେଶ୍ବର,୨୯।୧୧: ବାଲେଶ୍ବର ସରସ୍ବତୀପୁର ସମଲପୁର ଛକରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ୬ରୁ ୭ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଜଣେ ହୋଟେଲ ମାଲିକଙ୍କୁ ବିଚ୍‌ ରାସ୍ତାରେ...

ଠାକୁରାଣୀ ଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ମା’ଠାକୁରାଣୀ ମନ୍ଦିର କମିଟି ପକ୍ଷରୁ ଶୁକ୍ରବାର ଡୁଲୁରୀଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ତଥା ବଣିକ...

ଡିଜିପି-ଆଇଜି ସମ୍ମିଳନୀକୁ ଉଦ୍‌ଘାଟନ କଲେ ଶାହା

ଭୁବନେଶ୍ୱର,୨୯ା୧୧: ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ସର୍ବଭାରତୀୟ ୫୯ତମ ଡିଜି-ଆଇଜି ସମ୍ମିଳନୀକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି...

ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ଲଘୁଚାପ ଜନିତ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗିରହିଛି। ଫଳରେ ରାତି ଅପେକ୍ଷା ଦିନରେ...

ଡିଜି-ଆଇଜି ସମ୍ମିଳନୀକୁ ନେଇ ଏଭଳି କହିଲେ ଅପରାଜିତା

ଭୁବନେଶ୍ୱର,୨୯।୧୧: ଓଡ଼ିଶାରେ ପ୍ରଥମ ଥର ପାଇଁ ହେଉଛି ସର୍ବଭାରତୀୟ ୫୯ତମ ଡିଜି-ଆଇଜି ସମ୍ମିଳନୀ। ସମ୍ମିଳନୀ ଶୁକ୍ରବାରଠାରୁ ଆରମ୍ଭ ହୋଇ ଡିସେମ୍ବର ୧ ପର୍ଯ୍ୟନ୍ତ ତିନିଦିନ ଧରି...

ଭୁବନେଶ୍ବରରେ ପହଞ୍ଚିଲେ ଏନ୍‌ଏସ୍‌ଏ ଅଜିତ ଡୋଭାଲ

ଭୁବନେଶ୍ୱର,୨୯ା୧୧: ସର୍ବଭାରତୀୟ ୫୯ତମ ଡିଜି-ଆଇଜି ସମ୍ମିଳନୀ ଭୁବନେଶ୍ୱରରେ ଶୁକ୍ରବାର ଆରମ୍ଭ ହୋଇ ଡିସେମ୍ବର ୧ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ। ଏଥିରେ ଯୋଗଦେବା ପାଇଁ...

ଶନିବାର ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ଫେଙ୍ଗଲ’: ୧୨ ଜିଲାକୁ ୱାର୍ନିଂ

ଭୁବନେଶ୍ୱର,୨୯।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଶୁକ୍ରବାର ବାତ୍ୟାର ରୂପ ନେବ। ଏହା ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri