ଚିଲିକା ମଝିରେ ପୁଣି ଅଟକିଲା ଡଙ୍ଗା

ପୁରୀ ଅଫିସ,୨୭ା୫: ଯାନ୍ତ୍ରିକ ତ୍ରୁଟି ଯୋଗୁ ଶୁକ୍ରବାର ସକାଳେ ଏକ ଦେଶୀ ଡଙ୍ଗା ଚିଲିକା ମଝିରେ ଅଟକିଛି। ଡଙ୍ଗାଟି ୪୦ ଜଣ ଯାତ୍ରୀଙ୍କୁ ନେଇ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିଲା। କିଛି ବାଟ ଯିବା ପରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ ମଝି ନଈରେ ଅଟକି ରହିଥିଲା। ଡଙ୍ଗାରେ ୪୦ ଯାତ୍ରୀ ଥିବା ବେଳେ ୯ଟି ବାଇକ୍‌ ରହିଛି। ଚିଲିକା ମଝିରେ ଡଙ୍ଗାଟି ଫସି ରହିଥିବାରୁ ଏଥିରେ ଥିବା ଯାତ୍ରୀମାନେ ଭଯଭୀତ ଅବସ୍ଥାରେ ଅଛନ୍ତି। ଡଙ୍ଗାକୁ କୂଳକୁ ଆଣିବା ପାଇଁ ଚେଷ୍ଟା ଜାରି ରହିଛି।

Share