ବାଲିଅନ୍ତା,୧।୧୨(ଡି.ଏନ୍.ଏ.): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ ଓ ପୁଷ୍କରଣୀରେ ଜନସମାଗମକୁ ଦୃଷ୍ଟିରେ ରଖି ଡଙ୍ଗା ଭସାଇବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲାଗୁକରାଯାଇଥିଲା। ବିଶେଷକରି ଭୁବନେଶ୍ୱର ମହାନଗର ନିଗମ ଅଧୀନ ନଦୀରେ ଏହି ନିୟମକୁ କଡ଼ାକଡ଼ି ଲାଗୁ କରାଯାଇଥିଲା। କିନ୍ତୁ ପ୍ରଶାସନର ଏହି କଟକଣାକୁ ବାଲିଅନ୍ତା ଅଞ୍ଚଳର ଲୋକମାନେ ନ ମାନି କୁଆଖାଇ ନଦୀରେ ଡଙ୍ଗା ଭସାଇବାର ଦେଖିବାକୁ ମିଳିଥିଲା। ତେବେ ପୂର୍ବବର୍ଷ ତୁଳନାରେ ନଦୀକୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ନ ଥିଲା। କମ୍ ସଂଖ୍ୟକ ଲୋକ ନିଜ ପିଲାଙ୍କୁ ଧରି ଡଙ୍ଗା ଭସାଇବା ପାଇଁ ଆସିଥିଲେ। ନଦୀରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ଲୋକଙ୍କୁ କେବଳ ଗଭୀର ପାଣିକୁ ନ ଯିବା ପାଇଁ ବାରଣ କରିଥିଲେ।