ରେଳଧାରଣାରୁ ଦମ୍ପତିଙ୍କ ମୃତଦେହ ଜବତ

ଭୁବନେଶ୍ୱର,୨୪ା୭(ସୂର୍ଯ୍ୟକାନ୍ତ ବେହେରା): ବାଣୀବିହାର ଷ୍ଟେଶନ ନିକଟସ୍ଥ ବମିଖାଲ ରେଳଧାରଣାରୁ ସୋମବାର ସକାଳୁ ଜିଆରପି ଏକ ଦମ୍ପତିଙ୍କ ମୃତଦେହ ଜବତ କରିଛି। ଦମ୍ପତିଙ୍କ ଘର କଟକରେ ହୋଇଥିବା ବେଳେ ଉଭୟ ସହିଦନଗର ଶାନ୍ତିପଲି ବସ୍ତିରେ ରହୁଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଉଭୟ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି।

Share