ଚେକଡ୍ୟାମ ଗହିରାରୁ ମିଳିଲା ଶ୍ରମିକଙ୍କ ମୃତଦେହ

ବନ୍ତଳା,୨୮।୧୦(ଡି.ଏନ୍‌.ଏ.): ଅନୁଗୋଳ ଥାନା ଅଧୀନ ନୂଆମୌଜା ପଞ୍ଚାୟତ ସରଧାପୁର ଗ୍ରାମରେ ଥିବା ଭାଲୁଖାଇ ନାଳ ଚେକଡ୍ୟାମ ଗହିରାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରାଜ ଦେହୁରୀ (୬୫)। ରାଜ୍‌ ଗ୍ରାମରେ ଶ୍ରମିକ ଭାବେ କାମ କରନ୍ତି। ମଙ୍ଗଳବାର କାର୍ଯ୍ୟ ସାରି ଗାଧୋଇବା ପାଇଁ ଯାଇଥିବା ସେ ଆଉ ଫେରି ନ ଥିଲେ। ବୁଧବାର ସକାଳେ ଗ୍ରାମବାସୀ ଗାଧୋଇବା ପାଇଁ ଯାଇଥିବା ବେଳେ ତାଙ୍କର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ପରିବାର ପକ୍ଷରୁ ଅନୁଗୋଳ ଥାନାରେ ଅଭିଯୋଗ କରିବା ସହିତ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇ ତଦନ୍ତ ଚାଲିଛି।

Share