ଆମେରିକାରେ ନିଖୋଜ ଥିବା ଦୁଇ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩ା୪: ଆମେରିକାରେ ଦୁଇଜଣ ଭାରତୀୟ ଛାତ୍ର ନିଖୋଜ ଥିଲେ, ବର୍ତ୍ତମାନ ହ୍ରଦରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ରିପୋର୍ଟରୁ ପ୍ରକାଶ ଯେ, ସିଦ୍ଧ ଶାହା(୧୯) ଏବଂ ଆର୍ଯ୍ୟନ ବୈଦ୍ୟ(୨୦) ଏପ୍ରିଲ ୧୫ରେ ଇଣ୍ଡିଆନପଲିସ ସହରର ଦକ୍ଷିଣ-ପଶ୍ଚିମଠାରୁ ୬୪ ମାଇଲ ଦୂରରେ ଥିବା ମୋନେରୋ ହ୍ରଦକୁ ପହଁରିବା ପାଇଁ ସାଙ୍ଗମାନଙ୍କ ସହ ଯାଇ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ରବିବାର ଏହି ହ୍ରଦରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ଛାତ୍ର ‘ଆଇୟୁ’ର କେଲି ସ୍କୁଲ୍‌ ଅଫ୍‌ ବିଜ୍‌ନେସ୍‌ରେ ଅଧ୍ୟୟନ କରୁଥିଲେ।

Share