ନିଖୋଜ ଦୁଇ ଏମ୍‌ସିଏଲ୍‌ କର୍ମଚାରୀଙ୍କ ମିଳିଲା ମୃତଦେହ

ସମ୍ବଲପୁର,୮ା୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଝାଙ୍କରାଣୀପୀଠ ମନ୍ଦିର ଘାଟରେ ରବିବାର ଏକ ଅଘଟଣ ଘଟିଥିଲା। ଡ୍ୟାମରେ ବୁଡିଯାଇ ସମ୍ବଲପୁର ମହାନଦୀ କୋଇଲା କମ୍ପାନୀ(ଏମ୍‌ସିଏଲ୍‌ )ର ୨ଜଣ ମହେଶ ଛିତୋରୀ( ୪୦) ଓ ଅଭିଷେକ କୁମାର( ୪୫) କର୍ମଚାରୀ ନିଖୋଜ ଥିଲେ । ସୋମବାର ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ଏମ୍‌ସିଏଲ୍‌ ଅଧିକାରୀମାନେ ହୀରାକୁଦ ଜଳଭଣ୍ଡାର ବୁଲିବାକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୫ଟାରେ ଝାଙ୍କରାଣୀପୀଠ ନିକଟରେ କାର୍‌ ୩ ଜଣ ଅଧିକାରୀ ଡ୍ୟାମ୍‌ ଭିତରକୁ ଗାଧୋଇବାକୁ ଯାଇଥିଲେ । ଗୋଡ ଖସିଯିବାରୁ ସେମାନେ ଗଭୀର ପାଣିରେ ବୁଡି ଯାଇଥିଲେ । ଅଧିକାରୀମାନଙ୍କ ପାଟି ଶୁଣି ନିକଟରେ ଥିବା ୱାଟର ସ୍ପୋଟର୍‌ସ କର୍ମଚାରୀ ବୋଟ୍‌ରେ ଆସି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଅବିନାଶଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମହେଶ ଓ ଅଭିଷେକ ନିଖୋଜ ଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍‌ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ା ରାତି ହେବା ଯୋଗୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ସୋମବାର ପୁଣି ଉଦ୍ଧାର କାର୍ଯ୍ୟ କରାଯାଇ ମୃତଦେହ ଉଦ୍ଧାର କରାଯାଇଛି।

Share