କୁହାଯାଏ ଯଦି କୌଣସି ଜିନିଷକୁ ଭଲ ପାଉଛ ତ ପୁରା ହୃଦୟର ସହ ଭଲ ପାଅ। ବୋଧହୁଏ ଏଇ କଥାକୁ କାନାଡାର ଜଣେ ବ୍ୟକ୍ତି ବେଶ୍ ଗୁରୁତ୍ୱର ସହ ନେଇଯାଇଛନ୍ତି। ସେଥିପାଇଁ ତ ପିଲାଦିନୁ କମିକ୍ସ ପ୍ରତି ଥିବା ତାଙ୍କର ଭଲ ପାଇବାକୁ ସେ ନିଜ ଶରୀରରେ ଉତାରି ଦେଇଛନ୍ତି। ଅର୍ଥାତ୍ ସେ କମିକ୍ସକୁ ଏତେ ଭଲ ପାଆନ୍ତି ଯେ, ତା’ର ଚରିତ୍ରଗୁଡିକର ଟାଟୁ ସାରା ଶରୀରରେ କରି ଦେଇଛନ୍ତି। ଫଳରେ ତାଙ୍କ ନାମ ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଛି। ଆଉ ତାଙ୍କୁ ମାର୍ବଲ ସୁପର୍ ଫ୍ୟାନ୍ ବୋଲି ବି କୁହାଯାଉଛି। ସେ ହେଉଛନ୍ତି ୩୬ ବର୍ଷୀୟ ଯୁବକ ରିକ୍। ସେ ନିଜ ଶରୀର ସାରା ମାର୍ବଲ କମିକ୍ସର ବିଭିନ୍ନ ଚରିତ୍ରର ଟାଟୁରେ ଭର୍ତ୍ତି କରି ପାଇଛନ୍ତି ଏକ ଭିନ୍ନ ପରିଚୟ। ୨୦୧୧ରେ ରିକ୍ ପ୍ରଥମ ଟାଟୁ ନିଜ ବାହୁରେ କରାଇଥିଲେ। ତାହା ଥିଲା ଏକ ସ୍ପଇଡର୍୍ମ୍ୟାନ୍ ଟାଟୁ। ଏହାପରେ ସେ ଗୋଟିଏ ପରେ ଗୋଟିଏ ଟାଟୁ କରାଇବାକୁ ଲାଗିଲେ। ଏବେ ତାଙ୍କ ଶରୀରରେ ୩୧ଟି ମାର୍ବଲ କାର୍ଟୁନ କ୍ୟାରେକ୍ଟରର ଟାଟୁ ଅଛି। ଯେଉଁଥିରେ ରହିଛି କ୍ୟାପ୍ଟେନ ଆମେରିକା, ଲୋକି, ଥର୍, ସ୍ପାଇଡରମ୍ୟାନ୍ ଭଳି ଅନେକ କାର୍ଟୁନ ଚରିତ୍ର। ଆଉ ଏସବୁକୁ କରାଇବା ପାଇଁ ତାଙ୍କୁ ୩୫୦ ଘଣ୍ଟା ସମୟ ଲାଗିଥିଲା।