ସୋର,୮।୧(ଡି.ଏନ୍.ଏ.): ଆମ୍ବ ଗଛରେ ଝୁଲୁଛି ମୃତଦେହ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏପରି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲା ସୋର ଅଞ୍ଚଳରେ । ମୃତ ଯୁବକ ହେଲେ ସୋର ଥାନା ହଟାସାହିର ୩୬ ବର୍ଷୀୟ ଶରତ ନାଥ । ଶୁକ୍ରବାର ରାତିରେ ସେ ନିଦରୁ ଉଠି ବାଡ଼ି ପଛ ଆମ୍ବ ଗଛରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛିl ଶନିବାର ସକାଳେ ଲୋକେ ତାଙ୍କର ମୃତଦେହ ଗଛରେ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।