Advertisement

ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ମୃତଦେହ, ପାଖରେ ରହିଛି ପ୍ଲାଷ୍ଟିକ୍‌ ବାଲ୍‌ଟି

କୋରାପୁଟ,୮ା୩(ସ୍ବ.ପ୍ର.): କୋରାପୁଟସ୍ଥିତ ଚନ୍ଦନ ପୋଖରୀ ନିକଟରେ ବୁଧବାର ଏକ ପରିବା ବିକାଳିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତକ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲା ଲମତାପୁଟ ବ୍ଲକର ମେଡିପୁଟ ଗ୍ରାମର ଅର୍ଜୁନ ଖିଲ (୪୫)। ସଦିଗ୍ଧ ଅବସ୍ଥାରେ ମୃତଦେହ ପଡ଼ିଥିବାରୁ ପରିବାର ଲୋକେ ପାଖରେ ଥିବା ଟଙ୍କାକୁ ନେବା ପାଇଁ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ ସୂଚନା ପାଇ କୋରାପୁଟ ଟାଉନ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ସେହିପରି ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ପୋଲିସ ଏସ୍‌ଡିପିଓ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି। ମୃତଦେହ ନିକଟରେ ଏକ ପ୍ଲାଷ୍ଟିକ ବାଲ୍‌ଟି ରହିଛି। ଅର୍ଜୁନ ରାତିରେ ଶୌଚ ପାଇଁ ସ୍ଥାନୀୟ ଏକ ନାଳକୁ ଯାଇଥିବାବେଳେ ସେଠାରେ ତାଙ୍କ ଗୋଡ଼ ଖସି ପାହାଚରେ ମୁଣ୍ଡ ମାଡ଼ ହୋଇ ଗଭୀର ଆଘାତ ଯୋଗୁ ପ୍ରଚୁର ରକ୍ତ ସ୍ରାବ ହେବା ହୋଇଛି। କିଛି ଦୂର ଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଆଲୋଚନା ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share