ବଲାଙ୍ଗୀର ଅଫିସ,୭ା୧୦: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ତୃତୀୟ ବର୍ଷର ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତିରେ ଘଟଣା ଜଣାପଡ଼ିବା ପରେ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ହଇଚଇ ସୃଷ୍ଟି ହୋଇଥିଲା। ଲେଡିଜ୍ ହଷ୍ଟେଲ ଝରକା ରେଲିଂରେ ଝୁଲୁଥିବା ଅବସ୍ଥାରେ ସମ୍ପୃକ୍ତା ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଛାତ୍ରୀଙ୍କ ନାମ ନିରୂପମା ନନ୍ଦ ବୋଲି କୁହାଯାଇଛି। ଛାତ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ମୃତା ଛାତ୍ରୀଙ୍କ ଘର ବଲାଙ୍ଗୀର ସହର ତାଲପାଲିପଡ଼ା ବୋଲି ଜଣାପଡ଼ିଛି। ପରିବାର ଲୋକେ ହତ୍ୟା ସନ୍ଦେହ କରିବାରୁ ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି।