କାଠଯୋଡ଼ିରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ନରାଜ,୨୮।୧୦(ଡି.ଏନ୍‌.ଏ.): ବାରଙ୍ଗ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀରେ ବୁଡ଼ି ଜଣେ ଯୁବକ ବୁଧବାର ନିଖୋଜ ହୋଇଥିଲେ। ସେ ହେଲେ ଝାଡଖଣ୍ଡ ବର୍ଜମଡ଼ ଗ୍ରାମର ରୋହିତ ସାହାଣୀ (୨୦)। ଖବରପାଇ ବାରଙ୍ଗ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଥିଲେ। ତେବେ ଦୀର୍ଘ ଦୁଇ ଘଣ୍ଟାର ପ୍ରଚେଷ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରେ କଟକ ବଡ଼ ମେଡିକାଲ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
ସୂଚନାଯୋଗ୍ୟ, ସେ ଏକ ଇଟା ଭାଟିରେ କାର୍ଯ୍ୟ କରୁଥିବା ବେଳେ ଭାଟିରେ କାର୍ଯ୍ୟରତ କେତେକ ମହିଳା, ପୁରୁଷ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଥିରୁ ଜଣେ ଝିଅ ନଦୀରେ ବୁଡ଼ିଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଯାଇ ରୋହିତ ଓ ତାଙ୍କର ଏକ ସାଙ୍ଗ ନଦୀକୁ ଡେଇଁଥିଲେ। ରୋହିତଙ୍କ ସାଙ୍ଗ ଝିଅଟିକୁ ଉଦ୍ଧାର କରିଥିଲେ ମାତ୍ର ସେ ନିଖୋଜ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମୁଛି ବାଲିଯାତ୍ରା: ଶୀତୁଆ ସନ୍ଧ୍ୟାରେ ମତୁଆଲା କଲା ସୁରେଶ, ସୋହିନୀଙ୍କ ଗୀତ

କଟକ, ୨୨ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରାର ସପ୍ତମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ବଲିଉଡ୍‌ କଣ୍ଠଶିଳ୍ପୀ ପଦ୍ମଶ୍ରୀ...

ମହିଳା ଓ ଶିଶୁ ବିକାଶ ବିଭାଗ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ

କଟକ,୨୨ା୧୧ (କାର୍ତ୍ତିକ ସାହୁ): ଓଡ଼ିଶା ରାଜ୍ୟ ମହିଳା କମିଶନ ସଦସ୍ୟାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ବରଖାସ୍ତ କରିବା ନେଇ ହାଇକୋର୍ଟରେ ରୁଜୁ ମାମଲାର...

ଜଳିଗଲା ଇଲେକ୍ଟ୍ରିକାଲ ଦୋକାନ

କଟକ,୨୧।୧୧: କଟକ ମଣି ସାହୁ ଛକରେ ଥିବା ଏକ ଇଲେକ୍ଟ୍ରିକାଲ ସଂରଞ୍ଜାମ ମରାମତି ଦୋକାନରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ମରାମତି ପାଇଁ...

ବ୍ୟକ୍ତିଗତ ହାଜିର ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୧ା୧୧: ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ବ୍ୟକ୍ତିଗତ ହାଜିର ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାରମ୍ବାର ତାଗିଦ ସତ୍ତ୍ୱେ ରିଭାଇଜ୍‌ ମେରିଟ୍‌...

ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ଖୁବ୍‌ଶୀଘ୍ର ରାଜ୍ୟରେ ପ୍ରତିଷ୍ଠା ହେବ ମହିଳା କୋର୍ଟ, ଜଜ୍‌ଙ୍କଠାରୁ ଆରମ୍ଭ କରି ଓକିଲ ବି…

କଟକ,୨୧ା୧୧: ରାଜ୍ୟରେ ମହିଳା କୋର୍ଟ ପ୍ରତିଷ୍ଠା କରିବେ ସରକାର। ଏନେଇ ବଡ଼ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରାଜ୍ୟରେ ଦିନକୁ ଦିନ ବଳାତ୍କାର ଘଟଣା...

ସୋନୁ ନିଗମଙ୍କ ଗୀତରେ ଝୁମିଲେ ଦର୍ଶକ: ପୁଚୁକି ଗାଲିରୁ…

କଟକ, ୨୦।୧୧(ଶିଳ୍ପା ପ୍ରିୟଦର୍ଶିନୀ):  ବାଲିଯାତ୍ରାର ପଞ୍ଚମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆକର୍ଷଣ ସାଜିଥିଲେ ବଲିଉଡ କଣ୍ଠଶିଳ୍ପୀ ପଦ୍ମଶ୍ରୀ ସୋନୁ ନିଗମ। ତୁମ୍‌ ସେ...

୬ ମାସର ଶିଶୁପୁତ୍ରଙ୍କୁ ମାରି ପୋତି ଦେଇଥିଲେ, ଅଭିଯୋଗ ପରେ ଚୌଦ୍ୱାର ପୋଲିସ ମାଟି ଖୋଳି…

ଚୌଦ୍ୱାର,୧୯ା୧୧(ଆଶୁତୋଷ ଦାସ)-ଥିଲେ ୫ ଝିଅ। ଛଅ ମାସ ତଳେ ଜନ୍ମ ହୋଇଥିଲା ଏକମାତ୍ର ପୁଅ। ହେଲେ ସେହି ପୁଅକୁ ହତ୍ୟା କରି ପୋତିଦେଇଥିବା ହୋଇଛି ଅଭିଯୋଗ।...

ବଢ଼ିଲା ‘ବାଲିଯାତ୍ରା’ ଅବଧି

ଭୁବନେଶ୍ୱର/କଟକ,୧୯।୧୧: ବଢ଼ିଲା ଐତିହାସିକ ବାଲିଯାତ୍ରା ଅବଧି। ଲୋକଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଆଉ ଦିନକ ପାଇଁ ବୃଦ୍ଧି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri