ଡ୍ରେନ୍‌ ଭିତରେ ନବଜାତ ଶିଶୁପୁତ୍ରର ମୃତଦେହ

ବଲାଙ୍ଗୀର ଅଫିସ,୨୮।୧୨: ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ନିକଟ ସୁଲଭ ଶୌଚାଳୟ ଡ୍ରେନ ଭିତରୁ ଏକ ନବଜାତ ଶିଶୁପୁତ୍ର ମୃତଦେହ ଉଦ୍ଧାର କରାଯାଇଛ। ଶିଶୁଟିକୁ କେହି ଜଣେ ଲୁଗାରେ ଗୁଡ଼ାଇ ଫିଙ୍ଗି ଦେଇଥିବା ବେଳେ ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ଦେଖି ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶିଶୁ ଦେହରେ ଡ୍ରେସିଂ କପଡ଼ା ଗୁଡାଯାଇଥିବା ଦେଖିବାକୁ ମିଳିଛି। ଅବୈଧ ସମ୍ପର୍କରୁ ଜନ୍ମିତ ଶିଶୁକୁ ଫିଙ୍ଗା ଯାଇଥିବା ଚର୍ଚ୍ଚା ହେଉଛି । ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନର କର୍ମୀମାନେ ଡ୍ରେନ ଭିତରୁ ମୃତ ଶିଶୁକୁ ଉଦ୍ଧାର କରି ମ୍ୟୁନିସିପାଲଟିକୁ ହସ୍ତାନ୍ତର କରିଥିଲେ।

Share