ବରଗଡ଼ ଅଫିସ,୨୯।୪: ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନା ପଛପଟେ ରହିଥିବା ଟୁକୁର୍ଲ୍ଲା ପୋଖରୀରେ ଶୁକ୍ରବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଶିଶୁକନ୍ୟାଟି କାହାର ଏବଂ କେଉଁ ପରିସ୍ଥିତିରେ କିଏ ତାକୁ ପୋଖରୀ ଭିତରକୁ ଫିଙ୍ଗିଲେ, ତାହା ଜଣାପଡି ନାହିଁ।
ଅନ୍ୟପକ୍ଷରେ ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସେହିପରି ଟୁକୁର୍ଲା ଗ୍ରାମବାସୀଙ୍କ ନର୍ଭରଶୀଳ ପୋଖରୀ ଭିତରକୁ ସେଭଳି ଶିଶୁକନ୍ୟା ଫିଙ୍ଗିବା ଘଟଣାକୁ ଗ୍ରାମବାସୀ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।