ସୁବର୍ଣ୍ଣପୁର,୨୩।୯: ଅଲୋଡ଼ା ନବଜାତ ଶିଶୁ। ରାସ୍ତା କଡ଼ରୁ ମିଳିଲା ମୃତଦେହ। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲାରେ। ଶିଶୁଟି ଜନ୍ମ ହେବାର କିଛି ଘଣ୍ଟା ପରେ ତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶନିବାର ସକାଳେ ଶିଶୁଟିରୁ ମୃତଦେହ ସେଲେଡି ଗ୍ରିଡ୍ ନିକଟ ରାସ୍ତାକଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୋଲିିସକୁ ଖବର ଦେଇଥିଲେ। ତେବେ ଶିଶୁଟିର କିପରି ମୃତ୍ୟୁ ଘଟିଲା, କିଏ ଓ କାହିଁକି ଶିଶୁଟିର ମୃତଦେହକୁ ରାସ୍ତାରେ ପକାଇଦେଇ ପଳାଇଗଲା ତାର କାରଣ ସ୍ପଷ୍ଟ ହୋଇନାହିଁ।