ଗଞ୍ଜାମ,୧୬ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ସୋମବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଏସ୍ଆଇ ନୀଳାଞ୍ଚଳ ସେଠୀ, ହୁମା ଫାଣ୍ଡି ଏଏସ୍ଆଇ ବୈବସ୍ବତ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କର ପରିଚୟ ମିଳିପାରିନାହିଁ। ମୃତ ବ୍ୟକ୍ତିଙ୍କ ପାଟି ଆଉ ନାକରୁ ପ୍ରଚୁର ରକ୍ତସ୍ରାବ ହୋଇଛି। ଫଳରେ ତାଙ୍କୁ କେହି ପିଟିପିଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପାଟ୍ରୋଲିଂ ଅଧିକାରୀ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ