ବିଳମ୍ବରେ ହେଲା ଆଦିବାସୀ ନାବାଳିକା ଛାତ୍ରୀଙ୍କ ମୃତଦେହ

ଆନନ୍ଦପୁର,୧୦ା୫(ସ୍ବ.ପ୍ର.): ବାଳାଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଦୀର୍ଘ ୨୦ ଘଣ୍ଟା ପରେ ବ୍ୟବଚ୍ଛେଦ ହେଲା ଆଦିବାସୀ ନାବାଳିକାଙ୍କ ମୃତଦେହ। ମଙ୍ଗଳବାର ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାଳାଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ବିଳମ୍ବରେ ବ୍ୟବଚ୍ଛେଦ ହୋଇଛି। ମୃତକ ହେଉଛନ୍ତି ରାମଚନ୍ଦ୍ରପୁର ଥାନା ଓମ୍‌କାର ବାଳାଶ୍ରମର ଅଷ୍ଟମ ଛାତ୍ରୀ ସରସ୍ବତୀ ମୁଣ୍ଡା। ଛାତ୍ରୀ ଜଣକ ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ବେଳେ ଗତକାଲି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଳାଶ୍ରମ କର୍ମଚାରୀ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ବାଳାଶ୍ରମ କର୍ତ୍ତୃପକ୍ଷ ସରସ୍ବତୀଙ୍କ ମୃତଦେହକୁ ଚତୁରତାର ସହ ବାଳାଶ୍ରମକୁ ନେଇ ଯାଇଥିଲେ। ସରସ୍ବତୀଙ୍କ ବଡ଼ବାପା ଘନଶ୍ୟାମ ମୁଣ୍ଡା ବୁଧବାର ସରସ୍ବତୀଙ୍କ ମୃତଦେହ ଡାକ୍ତରଖାନାରେ ନ ପାଇ ବାଳାଶ୍ରମରେ ପହଞ୍ଚିଥିଲେ। ସେଠାରେ ରାମଚନ୍ଦ୍ରପୁର ପୋଲିସ ସହାୟତାରେ ଆଜି ମଧ୍ୟାହ୍ନରେ ମୃତଦେହ ଆଣି ବ୍ୟବଚ୍ଛେଦ କରିଛନ୍ତି।

Share