ତିନି ଦିନ ହେବ ନିଖୋଜ ଥିବା ବୃଦ୍ଧଙ୍କ ମିଳିଲା ମୃତଦେହ

ହିଞ୍ଜିଳିକାଟୁ ୨୮।୯(ଡି.ଏନ.ଏ.): ହିଞ୍ଜିଳି ଥାନା ମକରଝୋଳ ଗାଁ ଏକ ବିଲ ନିକଟ ନାଳରୁ ଜଣେ ବୃଦ୍ଧଙ୍କ ମୃତଦେହ ବୁଧବାର ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ହିଞ୍ଜିଳିକାଟୁ ବ୍ଳକ ସରଧାପୁର ଗ୍ରାମର ଲାଲମୋହନ ବେହେରା (୭୦)। ଲାଲମୋହନ ତିନିଦିନ ତଳୁ ନିଖୋଜ ଥିଲେ। ବୁଧବାର ମୃତଦେହ ଠାବ ପରେ ଲୋକମାନେ ହିଞ୍ଜିଳି ଥାନାରେ ସୂଚନା ଦେବା ସହ ପରିବାରର ସଦସ୍ୟଙ୍କୁ ଜଣାଇଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଲାଲମୋହନଙ୍କୁ ଚିହ୍ନଟ କରିଥିଲେ
ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ତଦନ୍ତ ଚଳାଇଛନ୍ତି। ଏ ନେଇ ହିଞ୍ଜିଳି ଥାନାରେ ଏକ ଅପମୃତ୍ୟୁ ମାମଲା ୨୬/୨୨ ମାମଲା ରୁଜୁ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି।