ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଜବତ, ହାତରେ ରହିଛି ଗୀତା ନାମରେ ଟାଟୁ

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଟଣ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ମାଙ୍କଡା ନଦୀରୁ ଆଜି ଜଣେ ଅଜଣା ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଶନିବାର ସ୍ଥାନୀୟ ଲୋକେ ନଦୀରେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଟଣ ସରପଞ୍ଚ ପୋଲିସଙ୍କୁ ଖବର ଦେବାରୁ କାଞ୍ଜିପାଣି ଥାନା ଏସ୍‌ଆଇ ସ୍ବରୂପ ରଞ୍ଜନ ନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରିଥିଲେ। ଏନେଇ ୧୪/୨୪ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପରେ ମୃତଦେହ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ଜଳଚର ପ୍ରାଣୀ ମହିଳାଙ୍କ ମୁହଁକୁ କାମୁଡ଼ି କ୍ଷତ ବିକ୍ଷତ କରିଦେଇଥିବାରୁ ତାଙ୍କୁ ଚିହ୍ନିଁବା କଷ୍ଟ ହେଉଛି। ସେ ନୀଳ ଓ ନାଲି ସହିତ ଧଳାରଙ୍ଗର ଚେକ୍‌ ଶାଢ଼ୀ ଏକ କଫି ରଙ୍ଗର ବ୍ଲାଉଜ ପିନ୍ଧିଛନ୍ତି। ତାଙ୍କର ଡାହାଣ ହାତରେ ଗୀତା ନାମକ ଏକ ଟାଟୁ ରହିଛି। ପରିଚୟ ମିଳି ନ ଥିବା ମୃତଦେହ ମେଡିକାଲରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ, ପରୀକ୍ଷା ପାଇଁ ହଳଦୀ ଗୁଣ୍ଡର ନମୁନା ସଂଗ୍ରହ

ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କନ୍ଧମାଳ ହଳଦୀ ନାମରେ ନକଲି ଗୁଣ୍ଡ ବିକ୍ରି କରାଯାଉଥିବା ଓ ଜୈବିକ ହଳଦୀ ନାମରେ ଲେବୁଲ...

ମରଣାନ୍ତକ ଆକ୍ରମଣ ଶିକାର ହୋଇଥିବା କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

କଟକ,୫ା୧୦: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ...

କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲେ ସିପିଆଇଏମ୍‌ ନେତା

ତିହିଡ଼ି,୫ା୧୦(ସଞ୍ଜିତ ବଳ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇଏମ୍‌)ର ତିହିଡ଼ି ଆଞ୍ଚଳିକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦଳର ନେତା ଓ କର୍ମୀମାନେ ତିହିଡ଼ି ଡାକବଙ୍ଗଳାଠାରୁ...

ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର,୫ା୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର...

ତାତିଲେ ମହିଳା, ଏକାଠି ହୋଇ ନଷ୍ଟ କଲେ ବିପୁଳ ପରିମାଣର ମଦ

ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଲିଆପାଲି ସ୍କୁଲପଡ଼ାରେ ଚାଲିଥିବା କୁଚିଆ ମଦ ବିକ୍ରି ଉପରେ ପୋଲିସ କିମ୍ବା ଅବକାରୀ କିଛି ପଦକ୍ଷେପ ନ ନେବା...

ଦାରିଙ୍ଗବାଡ଼ିରେ ହେଲା ପ୍ରଚଣ୍ଡ ଶବ୍ଦ: ହଠାତ୍‌ ଥରିବାକୁ ଲାଗିଲା….

ଦାରିଙ୍ଗବାଡି, ୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ପ୍ରଚଣ୍ଡ ଶବ୍ଦ ସହ...

Featured Video Play Icon

ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କଟକ,୫ା୧୦: ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ରଙ୍ଗୀନ ବାଣ...

ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ, ସମର୍ଥନ ଜଣାଇଲା ଓକିଲ ସଂଘ

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କୁ ପୋଲିସ ଅସାମାଜିକ ଏବଂ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣାକୁ ନେଇ ବିରୋଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri