ସିଂହପୁର,୧୮ା୧୨(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଓଳେଇ ଚନ୍ଦନପୁର ଗ୍ରାମର ସୌମେନ୍ଦ୍ର ଶୁକ୍ରବାର ଖରସ୍ରୋତା ନଦୀରେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ପତ୍ତା ମିଳି ନ ଥିଲା। ତେବେ ଶନିବାର ସିଂହପୁର ଜଳସମ୍ପଦ କାର୍ଯ୍ୟାଳୟ ନିକଟରେ ମାଛ ମାରୁଥିବା ଲୋକେ ଉଦ୍ଧାର କରିଥିଲେ। ପରେ ସୌମେନ୍ଦ୍ରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ଶୋକାକୁଳ ପରିବେଶ ମଧ୍ୟରେ ସତ୍କାର କରାଯାଇଛି। ସେ ମା-ବାପାଙ୍କର ଏକମାତ୍ର ପୁଅ ହୋଇଥିବାରୁ ପରିବାର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।