Categories: Uncategorized

ଗାଁକୁ ପଠାଗଲା ଖେଳ ଶିକ୍ଷକଙ୍କ ମୃତଦେହ

ନବରଙ୍ଗପୁର,୨୮ା୯(ସଦାଶିବ ପ୍ରହରାଜ): ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଉମରକୋଟରୁ ଏକ ବସ୍‌ରେ ସ୍କୁଲ ପିଲାମାନେ ଯାଉଥିଲେ। ଉକ୍ତ ବସ୍‌ଟି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ଖେଳ ଶିକ୍ଷକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଉମରକୋଟ ସ୍ବାମୀ ବିବେକାନନ୍ଦ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଭାସ କୁମାର ଜେନା(୨୪ )। ତାଙ୍କ ଘର ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ବାରବାଟିଆ ଗାଁରେ। ସରକାର ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ପରେ ସେ ରେଗୁଲାର ହୋଇଥିଲେ। ଝରିଗାଁରେ ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହକୁ ବାରବାଟିଆ ଗାଁକୁ ପଠାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ମହା ପ୍ରୟାୟଣ ଗାଡି ବ୍ୟବସ୍ଥା କରାଯାଇଛି। ଡିଇଓ କ୍ରୀଡ଼ା ଶିକ୍ଷକ ଅଜୟ କୁମାର କମିଲା, ଗୌତମ କୁମାର ବେହେରା, ରାଜେନ୍ଦ୍ର କୁମାର ସେଠୀ ଓ ମଧୁସୂଦନ ପାଣିଗ୍ରାହୀଙ୍କୁ ଡେପୁଟ କରିଛନ୍ତି। ଏକ ଏସକଟ ଗାଡି ମୃତଦେହ ସହ ଯାଇ ପରିବାରକୁ ମୃତଦେହ ହସ୍ତାନ୍ତର କରିବ। ଅନ୍ତିମ ସଂସ୍କାର ପାଇଁ ବିଦ୍ୟାଳୟ ପକ୍ଷରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏଠାରୁ ଯେଉଁ ଶିକ୍ଷକମାନେ ଯାଉଛନ୍ତି ସେମାନେ ପରିବାର ଲୋକଙ୍କୁ ମୃତଦେହ ଦେବେ ବୋଲି ପ୍ରଧାନ ଶିକ୍ଷକ ଅଜୟ କୁମାର ନାୟକ କହିଛନ୍ତି ।