ଗଞ୍ଜାମ,୨୮।୧(ଡି.ଏନ୍.ଏ.): ଗଞ୍ଜାମ ଥାନା ୱାର୍ଡ ନଂ. ୪ ରାଉଳସାହିର ଏକ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଶୁକ୍ରବାର ଜବତ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ବଳରାମ ପଣ୍ଡା (୪୫)। ଖବରପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପରେ ଆଡିଶନାଲ ଏସ୍ପି ଅମିତାଭ ଠାକୁର, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିବା ସହ ସାଇଣ୍ଟିଫିକ୍ ଟିମ୍କୁ ଡାକି ଛାନ୍ଭିନ୍ କରିଛନ୍ତି । ତହସିଲଦାର ଅରୁଣ ନାୟକଙ୍କ ଉପସ୍ଥିତରେ ମୃତଦେହ ଜବତ କରାଯାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ବଳରାମ ଗତ ଦୁଇଦିନ ହେବ ଘରୁ କୁଆଡେ ଯାଇ ନ ଥିଲେ। ଘରେ ବୃଦ୍ଧ ମା’ ବଞ୍ଚିଥିବା ବେଳେ ସେ ଅବିବାହିତ ଥିଲେ। ରେଡ୍କ୍ରସ ଫାଣ୍ଡିରୁ ତହସିଲଦାର ୫୦୦୦ ଟଙ୍କା ମୁତକଙ୍କ ମା’ଙ୍କୁ ପ୍ରଦାନ କରିଛନ୍ତି ।