Categories: ଗଞ୍ଜାମ

ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ

ଗୋପାଳପୁର,୨୫ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଞ୍ଚଳରେ ଶନିବାର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ପୋଲିସ ଠାବ କରିଛି। ମୃତ ଯୁବକ ଜଣକ ଭଦ୍ରକ ଜିଲା ହରିପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ (୨୭) ବୋଲି ଜଣାପଡ଼ିଛି।

ସୂଚନାନୁସାରେ, ଭଦ୍ରକ ଜିଲା ଅଧିନସ୍ଥ ହରିପୁରର ପୂର୍ଣ୍ଣଚନ୍ଦ୍ର ଗୋପାଳପୁର ଥାନା ଅଧିନସ୍ଥ ଆମ୍ବପୁଆ ଅଞ୍ଚଳରେ ରହି ଦୁଇ ମାସ ହେଲା କାମ କରୁଥିଲେ। ଶନିବାର ସେଣ୍ଟ୍ରାଲ ସ୍କୁଲ ଯିବା ରାସ୍ତା ନିକଟରେ ଜଙ୍ଗଲରେ ଥିବା ଏକ ଗଛରେ ପୂର୍ଣ୍ଣ ରଶି ଲଗାଇ ଝୁଲି ପଡ଼ିଥିଲେ। ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ଗୋପାଳପୁର ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଏ ନେଇ ପୋଲିସ ୨୫/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂର୍ଣ୍ଣ ପରିବାର ଲୋକ ଏଠାରେ ରହୁ ନ ଥିବା ବେଳେ ଆସିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ସହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପୂର୍ଣ୍ଣଙ୍କ ମୃତ୍ୟୁ ସମ୍ପର୍କରେ ଜଣାପଡ଼ିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।